ରାଉରକେଲା, (ବି.ବି.ନୁ୍ୟଜ୍): ଓଡ଼ିଶାର ବୀରମିତ୍ରପୁର, ଝାରଖଣ୍ଡ ଓ ଛତିଶଗଡ଼ରେ ସକ୍ରିୟ ଥିବା ପିଏଲ୍ଏଫ୍ଆଇ ସଙ୍ଗଠନର ଜେନେରାଲ କମାଣ୍ଡର ସଚିତ ସିଂ ଓ ତା’ ସହଯୋଗୀ ଜନ ସୁରିନ୍ ଗିରଫ ହୋଇଛନ୍ତି । ଝାରଖଣ୍ଡ ରାଜ୍ୟର ସିମଡେଗା ଥାନା ପୋଲିସ ଆଜି ଉଭୟଙ୍କୁ ଗିରଫ କରିବା ସହିତ ବହୁ ମାରଣାସ୍ତ୍ର ଜବତ କରିଛି । ଅଭିଯୋଗରୁ ପ୍ରକାଶ ଯେ, ସିମଡେଗା ଥାନା ଅଞ୍ଚଳର ଜଲଡେଗା ଜଙ୍ଗଲରେ ସଚିତ କ୍ୟାମ୍ପ କରିଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା । ପୋଲିସକୁ ଦେଖି ସଚିତ ଗୁଳି ଚଳାଇଥିଲା । ପୋଲିସ ପାଲଟା ଫାୟାରିଂ କରି ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସଚିତ ନାଁରେ ଝାରଖଣ୍ଡ ସରକାରଙ୍କ ତରଫରୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର କରିଛି । ଏହି ଦଳର ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ସିମଡେଗା ଏସ୍ପି ସଂଜୀବ କୁମାର କହିଛନ୍ତି ।
Comments are closed, but trackbacks and pingbacks are open.