ଛତ୍ରପୁର,(ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର ବଡ଼ ସାହିରେ ଏକ ଦୁଃଖଦ ଘଟଣା ଘଟିଛି । ଦୁଇ ପୁଅଙ୍କ ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ଅଭିମନୁ୍ୟ ପ୍ରଧାନ । ଅଭିଯୁକ୍ତ ଦ୍ୱୟଙ୍କ ନାଁ ସୁଶାନ୍ତ ପ୍ରଧାନ ଓ ମଙ୍ଗୁଳୁ ପ୍ରଧାନ । ସୂଚନାଅନୁସାରେ, ଆଜି ସକାଳେ ସୁଶାନ୍ତ ଓ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନୁ୍ୟଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍କ୍ଷିକ୍ତ ହୋଇ ବଡ଼ ଭାଇ ସୁଶାନ୍ତ ଓ ସାନ ଭାଇ ମଙ୍ଗୁଳୁ ମିଶି ଅଭିମନୁ୍ୟଙ୍କୁ ବାଡ଼ିରେ ପିଟିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ବାପାଙ୍କୁ ମାଡ଼ ମାିରବା ସମୟରେ ତାଙ୍କ ମାଆ ଅପସରା ପ୍ରଧାନ ଆସିଯିବାରୁ ତାଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପସରାଙ୍କୁ ଉଦ୍ଧାର କରି ଗୁରୁତର ରଅବସ୍ଥାରେ ପୋଲସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ସୁଶାନ୍ତ ଓ ମଙ୍ଗୁଳୁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.