ଦୁଇ ବସ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ): ଏକ ଘରୋଇର ବସ୍ର ଦୁଇ ଜଣ ଚାଳକଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ସମ୍ପୃକ୍ତ ବସ୍ର ମାଲିକ ସ୍ଥାନୀୟ ପୁଲିସ୍ର ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ରାଉରକେଲାରୁ ଭୁବନେଶ୍ୱରକୁ ଯାଉଥିବା ‘ପ୍ରଭା’ନାମକ ଦୁଇଟି ଘରୋଇ ବସ୍ରେ ଟିକେଟ ଫୁଲ୍ ହୋଇଥିବାରୁ ଦୁଇଟି ବସ୍ ରାଉରକେଲା ବସ୍ଷ୍ଟାଣ୍ଡର ପାର୍କିଂ ଏରିଆରେ ଛିଡ଼ା ହୋଇଥିଲା । ହେଲେ ଗୋଟିଏ ଦିନରେ ଦୁଇଟି ବସ୍ ଯାଉଥିବାରୁ କିଛି କୁଚକ୍ରାନ୍ତକାରୀ ବ୍ୟକ୍ତି ବସ୍ର ଦୁଇ ଚାଳକଙ୍କୁ ହଠାତ ଆକ୍ରମଣ କରିଥିଲେ । ଦୁଇ ଚାଳକଙ୍କୁ ଆକ୍ରମଣ କରୁଥିବା ଦେଖି ବସ୍ଷ୍ଟାଣ୍ଡରେ ଉପସ୍ଥିତ ଥିବା ଅନ୍ୟ ବସ୍ର କର୍ମଚାରୀମାନେ ସେମାନଙ୍କୁ ରକ୍ଷା କରିବାକୁ ଯାଇଥିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ ।
ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ‘ପ୍ରଭା’ବସ୍ର ଚାଳକ ପ୍ରଭାତ ଓ ସମୀର ମଲ୍ଲିକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସୋସିଏସନ୍ର କର୍ମକର୍ତ୍ତାମାନେ ନିଜ ମନମର୍ଜିରେ କାମ କରୁଥିବା ବେଳେ ସେମାନଙ୍କ କଥା ନ ଶୁଣିଲେ ବସ୍ ମାଲିକ ଓ କର୍ମଚାରୀ ସେମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି ବୋଲି କିଛି ବସ୍ ମାଲିକ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ପୂର୍ବେ ଆସୋସିଏସନ୍ର କିଛି କର୍ମକର୍ତ୍ତା ‘ପ୍ରଭା’ବସ୍ର ମାଲିକ ଓ କର୍ମଚାରୀମାନଙ୍କୁ ନାଲି ଆଖି ଦେଖାଇବା ସହ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ରାଉରକେଲା ଘରୋଇ ବସ୍ ମାଲିକ ସଂଘ କର୍ମକର୍ତ୍ତାମାନଙ୍କ ମନମର୍ଜି ଓ ଏକତରଫା କାର୍ଯ୍ୟକୁ ନେଇ ବସ୍ ମାଲିକମାନେ ଅସନ୍ତୋଷ ପ୍ରକାଶ ପାଉଛି । ଘଟଣାକୁ ନେଇ ସହରରୁ ବିଭିନ୍ନ ଅଞ୍ଚଳକୁ ଯାତାୟାତ କରୁଥିବା ନାଇଟ୍ କୋଚ୍ ବସ୍ ଗୁଡ଼ିକ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବେଳେ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବସ୍ର ଚକ ଗଡାଇବେ ନାହିଁ ବୋଲି ମାଲିକମାନେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ରାଉରକେଲା ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରକାଶ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons