ଦୁଇ ହଜାର ସିଜନାଲ୍ କର୍ମଚାରୀଙ୍କ ପେଟରେ ମାଡ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ୍): କେନ୍ଦୁପତ୍ର ସଂସ୍ଥା ଅଧୀନରେ କାର୍ଯ୍ୟରତ ଲକ୍ଷାଧିକ ତୋଳାଳି, କର୍ମଚାରୀ, ବନେ୍ଧଇ ଶ୍ରମିକ ଆଜି ଅଲୋଡ଼ା ହେବାକୁ ବସିଛନ୍ତି । ସରକାରୀ ତହବିଲ୍କୁ ସମୃଦ୍ଧ କରି ଆସୁଥିବା କେନ୍ଦୁପତ୍ର ସଂସ୍ଥା ଏବେ ସଂକୁଚିତ ହେବାକୁ ବସିଛି । ରେଞ୍ଜ, ସେrନ, ଫଡ଼ି ସବୁ ଉଚ୍ଛେଦ ହେବାକୁ ଲାଗିଛି । ଉତ୍ପାଦନ ହ୍ରାସ ସହ ଏହାରି ଉପରେ ନିଜର ଜୀବିକା ପାଇଁ ନିର୍ଭର କରୁଥିବା ଶ୍ରମିକ ଶ୍ରେଣୀର ଲୋକଙ୍କ ଜୀବିକା ପ୍ରଭାବିତ ହେବାକୁ ବସିଛି । ସରକାରଙ୍କ ନିଷ୍ପତ୍ତି ଆଜି ସିଧାସଳଖ ସେମାନଙ୍କ ପେଟରେ ମାଡ଼ କରୁଛି । ପ୍ରାୟ ୨ ହଜାର କର୍ମଚାରୀ ଛଟେଇ ହେବାକୁ ବସିଛନ୍ତି । ଦରଦାମ ବୃଦ୍ଧିକୁ ଦେଖି ସବୁ ବିଭାଗରେ କର୍ମଚାରୀଙ୍କ ଦରମା ବୃଦ୍ଧି ପାଉଥିବା ବେଳେ କେନ୍ଦୁପତ୍ର ସଂସ୍ଥାରେ ଦରମା ହ୍ରାସ କରାଯାଇଛି । ଯେଉଁ ଶ୍ରମିକ କର୍ମଚାରୀମାନେ ଏବେ କାମରେ ଯୋଗ ଦେବା କଥା ସେମାନେ ଏବେ ଆନେ୍ଦାଳନ ମାଧ୍ୟମରେ ହକ୍ ଏବଂ ନ୍ୟାୟର ଲଢେଇରେ ଝାସ ଦେଇଛନ୍ତି । ସମଗ୍ର ରାଜ୍ୟରେ ରହିଥିବା ୧୯ଟି କେନ୍ଦୁପତ୍ର ଡିଭିଜନରେ ୨୦୨୦ ବର୍ଷ ଲାଗି ସରକାର କର୍ମଚାରୀ ନିୟୋଜନକୁ ନେଇ ସଂଖ୍ୟା ନିର୍ଦ୍ଧାରଣ କରିଛନ୍ତି । ଗତ ୨ ତାରିଖ ପିସିସିଏଫ୍(କେନ୍ଦୁପତ୍ର)ଙ୍କ ଦ୍ୱାରା ଜାରି ପତ୍ର ସଂଖ୍ୟ ୮୧୧ ଅନୁଯାୟୀ ରାଜ୍ୟର ସମସ୍ତ ଡିଭିଜନରେ ଏଣିକି ୧୦୫ ଜଣ ହେଡ୍ ଚେକର, ୪୦୫ ଜଣ ସର୍କଲ ଚେକର, ୫୫୭ ଜଣ ବନେ୍ଧଇ ଚେକର, ୧୯୪୬ ଜଣ ଚେକର, ୭୦୫୬ ଜଣ ମୁନସି, ୫୬୭୯ ଜଣ ଚପରାସି, ୫୯୫ ଜଣ ପି ୱାଚର, ୨୩ ଜଣ ଡ୍ରାଇଭର, ୨୫ ଜଣ ଅଫିସ ଆସିଷ୍ଟାଣ୍ଟ ମିଶି ୧୬ ହଜାର ୩୯୧ ଜଣ ନିୟୋଜିତ ହେବେ । ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ଲୋକଙ୍କୁ ନିଯୁକ୍ତ କଲେ ସଂପୃକ୍ତ ଡିଏଫ୍ଓଙ୍କ ଠାରୁ ଅତିରିକ୍ତ ବ୍ୟୟ ଅର୍ଥ ଆଦାୟ କରାଯିବ ବୋଲି ସ୍ପଷ୍ଟ ନିଦେ୍ର୍ଧଶ ଦିଆଯାଇଛି । ପୂର୍ବରୁ ଏହି କର୍ମଚାରୀ ସଂଖ୍ୟା ୧୮ ହଜାର ୩୯୧ ଜଣ ରହିଥିଲା । ଯେଉଁଠି ୩୦ କ୍ୱିଣ୍ଟାଲରୁ ଅଧିକ ଉତ୍ପାଦନ ହେବ ସେଠାରେ କେବଳ ଚପରାସି ନିଯୁକ୍ତ ହେବେ । ୩୦ କ୍ୱିଣ୍ଟାଲରୁ କମ ଉତ୍ପାଦନ କ୍ଷେତ୍ରରେ ଚପରାସି ନିଯୁକ୍ତ ହେଲେ ଅତିରିକ୍ତ ବ୍ୟୟ ଡିଏଫ୍ଓଙ୍କ ଠାରୁ ଆଦାୟ ହେବ । କେନ୍ଦୁପତ୍ର ଡିଭିଜନ ଗୁଡ଼ିକର ପୁନର୍ଗଠନ ପ୍ରକ୍ରିୟାରେ ରାଜ୍ୟରେ ସମୁଦାୟ ୧୪୯ଟି ରେଞ୍ଜ ମଧ୍ୟରୁ ୨୪ଟି ଚଳିତ ସିଜିନରୁ ଉଚ୍ଛେଦ କରାଯିବାରୁ ଏବେ ଏହି ରେଞ୍ଜ ସଂଖ୍ୟା ୧୨୫କୁ ହ୍ରାସ ପାଇଛି । ସମ୍ୱଲପୁର ସର୍କଲର ଝାରସୁଗୁଡ଼ା ଡିଭିଜନରେ କନିକା, କୁଚିଣ୍ଡା ରେଞ୍ଜରେ ଜର୍ଡା ଓ ବଡ଼ରମା, ରାଉରକେଲାରେ ବଣାଇ, ଲେଫ୍ରିପଡ଼ା, କିଞ୍ଜିରକେଲା ଏବଂ ରାଜଗାଙ୍ଗପୁର, ବଲାଙ୍ଗୀର ସର୍କଲର ପାଟଣାଗଡ଼ ଡିଭିଜନର ଖପ୍ରାଖୋଲ, ଟିଟିଲାଗଡ଼ ଡିଭିଜନର ବଙ୍ଗୋମୁଣ୍ଡା, ପଦମପୁର ଡିଭିଜନର ଜଗଦଲପୁର, ସୋହେଲା, ଝାରବନ୍ଧ ଏବଂ ଖରିୟାର ଡିଭିଜନର ଖରିଆରରୋଡ୍ ରେଞ୍ଜକୁ ଉଚ୍ଛେଦ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons