ଦୁର୍ଗମ ଗାଁ ପରିଦର୍ଶନ କଲେ ବିଧାୟକ

Get real time updates directly on you device, subscribe now.

ନାରାୟଣପାଟଣା,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ନାରାୟଣାପାଟଣା ବ୍ଲକ୍ର ଦୁର୍ଗମ ଅଞ୍ଚଳ ଗସ୍ତ କରିଛନ୍ତି । ଶ୍ରୀ ଜାନୀ ବ୍ଲକ୍ର ବିଜାଘାଟି ପଞ୍ଚାୟତ ଟଭାପଦର ଗାଁରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଗାଁ ଲୋକଙ୍କ ସମସ୍ୟାପଚାରି ବୁଝିଥିଲେ ।
ଟଭାପଦର ଗାଁରେ ବିଧାୟକ ଶ୍ରୀ ଜାନୀ ପହଞ୍ଚିବା ପରେ ଢେମସା ନୃତ୍ୟର ତାଳେ ତାଳେ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ବିଧାୟକ ଶ୍ରୀ ଜାନୀ ଗାଁରେ ଚାଲିଥିବା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟଅତିଥି ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ମ୍ୟାଚ୍ରେ ଚାମ୍ପିୟନ୍ ଓ ରନର୍ ଅପ୍ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ପରେ ଗାଁରେ ପାନୀୟ ଜଳ ସମସ୍ୟା, ବିଦୁ୍ୟତ୍, ରାସ୍ତା ଆଦି ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ଆଲୋଚନା କରିଥିଲେ । ଆଗରୁ ଟଭାପଦର ଗାଁକୁ ପକ୍କା ରାସ୍ତା ନଥିଲା, ବର୍ତ୍ତମାନ ଗାଁକୁ ପକ୍କା ରାସ୍ତା କାମ ଜୋର୍ସୋର୍ରେ ଚାଲୁ ରହିଛି । ଖୁବ୍ଶୀଘ୍ର କାମ ସମ୍ପୂର୍ଣ୍ଣ ହେବ । ଦିବ୍ୟାଙ୍ଗ ବୃଦ୍ଧଙ୍କ ଆଧାରକାର୍ଡ ସମସ୍ୟା ଥିବାରୁ ସେ ୪ ମାସ ହେବା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେ । ଏ ସମ୍ପର୍କେର ବିଧାୟକ ଶ୍ରୀ ଜାନୀ ଫୋନ୍ ଯୋଗେ ବ୍ଲକ୍ ପ୍ରଶାସନ ସହ କଥା ହୋଇ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ କହିଥିଲେ । ସେହିପରି ନାଲ୍କୋ ପକ୍ଷରୁ ଘର ଯୋଗାଇବା ପାଇଁ ନାଲ୍କୋ ଅଧିକାରୀଙ୍କ ସହ ବିଧାୟକ ଫୋନ୍ରେ ଆଲୋଚନା କରିଥିଲେ । ଗାଁର ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ଗାଁ ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଥିଲେ । ଦୁର୍ଗମ ଗାଁରେ ବିଧାୟକ ଶ୍ରୀ ଜାନୀ ପହଞ୍ଚି ଗାଁ ଲୋକଙ୍କ ସମସ୍ୟା ବୁଝିଥିବାରୁ ଅଞ୍ଚଳବାସୀ ଖୁସି ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons