ଦୁର୍ଘଟଣାଗ୍ରସ୍ତଙ୍କୁ ୪୮ ଘଣ୍ଟା ମାଗଣା ଚିକିତ୍ସା ଦିଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପ୍ରଥମ ୪୮ ଘଣ୍ଟା ହେଉଛି ଗୁରୁତ୍ୱପୂର୍ଣ୍ଣ । ଯେପରି କୌଣସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ମୃତୁ୍ୟମୁଖରେ ନ ପଡ଼ନ୍ତି ସେଥିପାଇଁ ଏଣିକି ସରକାରୀ ଓ ବେସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର (ଏସ୍ଓପି) ପାଳନ କରାଯିବ । ସମସ୍ତ ମେଡିକାଲ ଏସ୍ଓପି ଅନୁସାରେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଏ ସମୟରେ (ଗୋଲଡେନ୍ ଆୱାର) ଗୁଣାତ୍ମକ ମାଗଣା ଚିକିତ୍ସା ଯୋଗାଇବେ । ଏଥିରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିଦେ୍ର୍ଧଶ ଦେଇଛନ୍ତି । ଏହାଛଡ଼ା ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଆମ୍ବୁଲାନସ୍ ଏଣିକି ଗୋଟିଏ କଲ ସେଣ୍ଟର ଦ୍ୱାରା ପରିଚାଳିତ ହେବ । ଏହାଦ୍ୱାରା ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ମିଳିବ ।
ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ସଂକଟାପନ୍ନ ସମୟରେ କିଭଳି ଚିକିତ୍ସା ସେବା ଦେଇ ଜୀବନ ବଞ୍ଚାଇ ହେବ ସେ ସଂପର୍କରେ ଆଜି ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ବସିଥିଲା । ଆହତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ସ୍ୱାସ୍ଥ୍ୟ ବିଭାଗ ଖୁବଶୀଘ୍ର ଏସ୍ଓପି ଜାରି କରିବ । ଆମ୍ବୁଲାନସ ସହ ଟ୍ରମା କେୟାର ସେଣ୍ଟରରେ ମଧ୍ୟ ଆହତଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନସ୍ କାର୍ଯ୍ୟକ୍ଷମ ଅଛି । ୧୯ଟି ଅଗ୍ନିଶମ ଆମ୍ବୁଲାନସ୍ ମଧ୍ୟ ରୋଗୀଙ୍କୁ ସହାୟତା ଯୋଗାଇ ଦେଉଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାଜପଥର ପ୍ରତି ୫୦ କିମିରେ ଗୋଟିଏ ଲେଖାଏଁ ଆମ୍ବୁଲାନସ ମୁତୟନ ରଖିଛନ୍ତି । ଏହାଛଡ଼ା ଘରୋଇ ହସପିଟାଲ, ଦାତବ୍ୟ ଅନୁÂାନ ଏବଂ କର୍ପୋରେଟ ହାଉସ ମଧ୍ୟ ଆମ୍ବୁଲାନସ୍ ସେବା ଯୋଗାଉଛନ୍ତି । ରାଜ୍ୟରେ ମୋଟରେ ପ୍ରାୟ ୧୫୬୨ ଘରୋଇ ଆମ୍ବୁଲାନସ୍ ରହିଛି । ଏଣିକି ଜାତୀୟ ଆମ୍ବୁଲାନସ କୋଡ ଆଧାରରେ ଆମ୍ବୁଲାନସଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପଞ୍ଜୀକରଣ କରିବ । ଆନୁଷଙ୍ଗିକ ବୈଷୟିକ ସୁବିଧା ସୁଯୋଗ ଥିଲେ ଯାଇ ପରିବହନ ବିଭାଗ ଆମ୍ବୁଲାନସ ଗାଡ଼ିକୁ ପଞ୍ଜୀକୃତ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ଆମ୍ବୁଲାନସରେ ପାରା ମେଡିକାଲ କର୍ମଚାରୀ, ଔଷଧ ସହ ଆବଶ୍ୟକୀୟ ଡାକ୍ତରୀ ଯନ୍ତ୍ରପାତି ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଆମ୍ବୁଲାନସରେ ଜିପିଏସ ଟ୍ରାକିଂ ବ୍ୟବସ୍ଥା ରଖିବାକୁ ସ୍ଥିର ହୋଇଛି । ଗୋଟିଏ କଲ ସେଣ୍ଟର ଦ୍ୱାରା ସମସ୍ତ ଆମ୍ବୁଲାନସକୁ ଯୋଡ଼ି ଆହତଙ୍କୁ ତ୍ୱରିତ ଚିକିତ୍ସା ସେବା ଯୋଗାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଉଲ୍ଲେଖଯୋଗ୍ୟ, ପ୍ରଥମ ଦଫାରେ କଟକ ଓ ଭୁବନେଶ୍ୱରର ଘରୋଇ ହସପିଟାଲରେ ଏହି ମାଗଣା ଚିକିତ୍ସା ସୁବିଧା ମିଳିବା ପରେ ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ଆଦି ବଡ଼ ସହରରେ ଥିବା ଘରୋଇ ହସପିଟାଲଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି । ଏହି ଯୋଜନାରେ ସମସ୍ତ ସରକାରୀ ଓ ଘରୋଇ ହସପିଟାଲଗୁଡ଼ିକ ସେବା ଯୋଗାଇବେ । ଏଥିପାଇଁ ପ୍ରଥମ ଦଫାରେ ରାସ୍ତା ସୁରକ୍ଷା ପାଣ୍ଠିରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ୪ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ପ୍ରଦାନ କରାଯାଇଛି । ଆହତ ବ୍ୟକ୍ତି ଘରୋଇ ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ତାଙ୍କୁ ଚିକିତ୍ସା ସେବା ଯୋଗାଇ ଏ ସଂକ୍ରାନ୍ତ ଚିକିତ୍ସା ଖର୍ଚ୍ଚ ଡିଏମଇଟିଙ୍କୁ ପ୍ରଦାନ କରିବେ । ଡିଏମଇଟି ଏ ବାବଦ ଦେୟ ସଂପୃକ୍ତ ହସ୍ପିଟାଲକୁ ପ୍ରଦାନ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons