ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୬୦ପର୍ଯ୍ୟଟକ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ୍): ଟୁରିଷ୍ଟ ବସ୍ରେ ଲାଗିଲା ୧୧କେଭି ବିଦୁ୍ୟତ୍ ତାର । ଅଳ୍ପକେ ବର୍ତ୍ତିଲେ ୬୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଡଗରାଠାରେ ରବିବାର ପୂର୍ବାହ୍ନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଡଗରା ବେଳାଭୂମିକୁ ପିକ୍ନିକ୍ ପାଇଁ ଆସିଥିବା ଏକ ଟୁରିଷ୍ଟ ବସ୍ ୧୧ କେଭି ବିଦୁ୍ୟତ୍ ତାର ଲାଗିଯାଇଥିଲା । ବସ୍ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ୬୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏପଟେ ବସ୍ ବ୍ୟାକ୍ କରୁଥିବା ବେଳେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ଆହତ ବାଇକ ଆରୋହୀଙ୍କ ମଧ୍ୟରୁ ଜଣକ ପରିଚୟ ମିଳିନଥିବାବେଳେ ଅନ୍ୟଜଣେ ହେଲେ ଲକ୍ଷ୍ମୀଧର ବାରିକ । ଏହି ଅଘଟଣ ପାଇଁ ବିଦୁ୍ୟତ ବିଭାଗ ଉପରେ ସ୍ଥାନୀୟ ଲୋକେ ବିଷୋଦ୍ଗାର କରିଛନ୍ତି ।
ସୂଚନା ମୂତାବକ, ବାରିପଦାରୁ ଦାସ ନାମକ ଏକ ଏକ ଟୁରିଷ୍ଟ ବସ୍(ଓଆର-୧୧-ଏଲ-୦୩୩୯)ରେ ଉତ୍ତର ଓଡିଶା ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସମେତ କେତେକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଡଗରା ବେଳାଭୂମିକୁ ପିକ୍ନିକ୍ ପାଇଁ ଆସୁଥିଲେ । ବାଲିଆପାଳଠାରୁ ୧୨ କିମି ଦୂର ଡଗରା ହାଇସ୍କୁଲ ଛକ ନିକଟରେ ବସ୍ ପହଞ୍ଚିଥିଲା । ମାତ୍ର ରାସ୍ତା ଉପରେ ଅତି ବିପଦପୂର୍ଣ୍ଣ ଭାବେ ଝୁଲି ରହିଥିବା ଏକ ୧୧ କେଭି ତାର ବସ୍ରେ ଲାଗି ଯାଇଥିଲା । ଫଳରେ ବସ୍ରେ ଥିବା ପର୍ଯ୍ୟଟକମାନଙ୍କୁ ବିଦୁ୍ୟତ ଝଟ୍କା ଲାଗିଥିଲା । ମାତ୍ର ଚାଳକ ଏହା ଜାଣିପାରି ବସ୍ଟିକୁ ତୁରନ୍ତ ପଛେଇ ନେଇଥିଲେ । ଫଳରେ ବସ୍ରେ ଥିବା ପର୍ଯ୍ୟଟକମାନେ ମୃତୁ୍ୟ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଅପରପକ୍ଷେ ବସ୍ଟି ପଛାଉଥିବା ବେଳେ ପଛରେ ଥିବା ଏକ ବାଇକ(ଓଡି-୦୧-ବି-୨୧୬୬) ଉପରେ ଚଢ଼ି ଯାଇଥିଲା । ବାଇକ୍ରେ ଥିବା ଦୁଇ ଜଣ ଆହତ ହୋଇଥିଲେ । ବାଇକ ଅରୋହୀ ଲକ୍ଷ୍ମୀଧର ବାରିକଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କର ପରିଚୟ ମିଳି ପାରିନି ।
ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିଦୁ୍ୟତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ଆଜିର ଘଟଣା ପରେ ତତ୍କ୍ଷଣାତ ସେଠାରେ ଖୁଣ୍ଟ ପୋତି ଓହଳିଥିବା ବିଦୁ୍ୟତ୍ ତାରକୁ ଉପରକୁ ଟେକିଥିଲେ । ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ବସ୍ଟି ଡଗରାକୁ ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons