ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

Get real time updates directly on you device, subscribe now.

ଭଦ୍ରକ , (ବି.ବି.ନୁ୍ୟଜ୍): ସାଙ୍ଗ ହୋଇ ଖେଳୁଥିଲେ । ସାଥି ହୋଇ ବୁଲୁଥିଲେ । ଏମିତି ସମୟ ଆସିଲା, ଦୁଇ ଜଣ ଏକାଠି ହୋଇ ଆରପାରିକୁ ଚାଲିଗଲେ । ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ନୂଆ ବସ୍ଷ୍ଟାଣ୍ଡ ନିକଟରେ ।

ଆଜି ସକାଳ ୬ ଟା ବେଳେ ଦୁଇଜଣ ଛାତ୍ର ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତୁ୍ୟ ଘଟିଥିଲା । ମୃତ ଛାତ୍ର ହେଉଛନ୍ତି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ତଥା ରଜତ ସାହୁଙ୍କ ପୁହ ସୁମିତ (୧୩) ଏବଂ ଜାଭିୟର ସ୍କୁଲ ୧୦ଶ୍ରେଣୀର ଛାତ୍ର ତଥା ପ୍ରଭାକର ମଲ୍ଲିକଙ୍କ ପୁଅ ଶୁଭଙ୍କର ମଲ୍ଲିକ(୧୬) ।
ସୁମିତ୍ଙ୍କ ଘର ବନ୍ତ ବ୍ଲକ ଦୋଳପଦିରେ ହୋଇଥିଲା ବେଳେ ଶୁଭଙ୍କରଙ୍କ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବାଣିତିଆ ଗ୍ରାମରେ । ଉଭୟ ପରିବାର ସହରସ୍ଥିତ କୁଅାଁସରେ ଭଡ଼ା ନେଇ ରହୁଥିଲେ ।

ମୃତ ଛାତ୍ର ଦୁଇ ଜଣ ଅଧିକାଂଶ ଦିନ ସକାଳେ ସାଇକଲ ଚଳାଇଥାନ୍ତି । ଆଜି ସେମାନେ ବୁଲୁ ବୁଲୁ ଜାତୀୟ ରାଜପଥ ଉପରକୁ ବୁଲିବାକୁ ଚାଲି ଯାଇଥିଲେ । ଘରକୁ ଫେରୁଥିବା ବେଳେ ଏକ ନାଲି ରଙ୍ଗର କାର ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଥିଲା । ଦୁର୍ଘଟଣା ଘଟାଇ କାରଟି ସେଠାରୁ ଖସି ପଳାଇ ଯାଇଛି । ବସ୍ଷ୍ଟାଣ୍ଡରେ ଲାଗିଥିବା ସିସି କ୍ୟାମେରାରୁ କାରଟି କଏଦ ହୋଇଥିବା ଜଣାଯାଇଛି । କ୍ୟାମେରାରେ କଏଦ ହୋଇଥିବା କାରଟିର ନଂ-ଡବ୍ଲୁବି-୨୮୬୨ । ଏହି କାରଟି ସେହି ପିଲାମାନଙ୍କୁ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏଅଞ୍ଚଳର ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି । ପିଲାମାନଙ୍କୁ ହରାଇ ଉଭୟ ବାପା ମାଆ ଭାଙ୍ଗି ପଡ଼ିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons