ଦୁର୍ଘଟଣାରେ ଚାଲିଗଲା ମା’ ପୁଅଙ୍କ ଜୀବନ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନଏଚ୍ ୫୨୦ କଣ୍ଡରା ଛକ ନିକଟରେ ଏକ ଆଇରନ୍ ବୋଝେଇ ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । ମୃତକଦ୍ୱୟ ହେଲେ ମା’ ସୁଲୋଚନା ଗିରି ଓ ପୁଅ ସୁଶୀଲ ଗିରି । ଆଜି (ଶୁକ୍ରବାର ) ଦିନ ପ୍ରାୟ ସାଢେ଼ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏକ ବାଇକ୍ରେ ସୁଲୋଚନା ଓ ସୁଶୀଲ ବାସୁଦେବପୁରରୁ ଡଡୁଆଁସ୍ଥିତ ନିଜ ଘରକୁ ଯାଉଥିଲେ । ଏହି ସମୟରେ କଣ୍ଡରା ଛକ ନିକଟରେ ଏକ ଆଇରନ୍ ବୋଝେଇ ଟ୍ରକ ସହ ସେମାନଙ୍କ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସୁଲୋଚନାଙ୍କ ମୃତୁ୍ୟ ଘଟିଥିଲା । ସ୍ଥାନୀୟ ଲୋକେ ସୁଶୀଲଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons