ଜୟପୁର: ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହେଉଛନ୍ତି କୁନ୍ଦୁରା ବ୍ଲକ ଫୁଲଭ;ା ପଞ୍ଚାୟତ ବିଶଭ;ାର ଲବ ମାଝି(୩୫) । ଲବଙ୍କୁ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି ।
ଲବଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ସେ ବାଇକ୍ରେ ଗାଁ ପାଖ ଜବାପଦରକୁ ଯାଉଥିଲେ । ମକା ଚାଷ ଲାଗି ଟ୍ରାକ୍ଟର ଆଣିବା ଲାଗି ଯାଉଥିବା ବେଳେ ଝୋଲି ନଦୀ ପୋଲ ଉପରେ ଭାରସାମ୍ୟ ହରାଇଥିଲେ । ବାଇକ୍ଟି ରାସ୍ତା ଉପରୁ ୧୦ ଫୁଟ ତଳକୁ ଖସି ପଡ଼ିଥିଲା । ଲବଙ୍କ ମୁଣ୍ଡ ସମେତ ଶରୀରର ଅନ୍ୟାନ୍ୟ ଅଙ୍ଗରେ ଆଘାତ ଲାଗିଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କ ଘରକୁ ଖବର ଦେଇଥିଲେ । ପ୍ରଥମେ କୁନ୍ଦୁରା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେଠାରୁ ଆମ୍ବୁଲାନ୍ସରେ ଏଠାକାର ଡିଏଚଏଚ୍କୁ ପରିବାର ଲୋକ ଆଣିଥିଲେ । ଅବସ୍ଥା ସଙ୍ଗୀନ ଥିବାରୁ ପରବର୍ତ୍ତି ଚିକିତ୍ସା ପରେ ଲବଙ୍କୁ କୋରାପୁଟ ମେଡିକାଲ କଲେଜ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.