ଦୁର୍ଦାନ୍ତ ଅପରାଧୀ ଝସକେତନକୁ ଆଜୀବନ କାରାଦଣ୍ଡ

Get real time updates directly on you device, subscribe now.

ଅନୁଗୋଳ: ବହୁଚର୍ଚ୍ଚିତ କୁଶକୀଳା ଡବଲ ମର୍ଡର ଘଟଣାରେ ଅନୁଗୋଳ ଜିଲ୍ଲା ଦୌରାଜଜ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଝସକେତନ ରାଉତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି।
୩୯ ଜଣଙ୍କ ସାକ୍ଷ୍ୟ ଆଧାରରେ ଏହି ରାୟ ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତ ଉପରେ ୩୦୨,୨୦୧ ଓ ୩୬୪ ଦଫା ଲାଗିଥିଲା।
ଆର୍ଥିକ କାରବାରକୁ ନେଇ ୨୦୧୬ ଫେବୃଆରୀ ମାସରେ କୁଶକୀଳା ଗାଁର ୨ ସମ୍ପର୍କୀୟ ଭାଇ ଯୋଗେଶ୍ୱର ସାହୁ ଓ ହିରଣାକ୍ଷ ସାହୁଙ୍କୁ ଅତି ନୃଶଂସ ଭାବରେ ହତ୍ୟା କରି ନିଜ ଦ୍ୱାରା ପରିଚାଳିତ ବିଦ୍ୟାଳୟ ପରିସରରେ ଝସକେତନ ପୋତିଦେଇଥିବା ଅଭିଯୋଗ ହୋଇଥିଲା।
ଅର୍ଥତତ୍ୱ ସଂସ୍ଥାର ଏଜେଣ୍ଟ ସାଜି ଲୋକଙ୍କ ଠାରୁ ଟଙ୍କା ହଡ଼ପ ସହ କୁକୁରପେଟା ଗାଁ ର ମାଉସୀ ପୁତୁରାଙ୍କୁ ହତ୍ୟା କରି ବିଦ୍ୟାଳୟ ପରିସରରେ ପୋତିଥିବା ନେଇ ଝସକେତନ ନାଁରେ ଅଭିଯୋଗ ରହିଛି। ତେବେ ସେ ବିଚାରଧୀନ ବନ୍ଦୀ ଥିବା ସମୟରେ କୋର୍ଟ ପରିସରରୁ ମେ ୨୦୧୮ରେ ଚମ୍ପଟ ମଧ୍ୟ ମାରିଥିଲା। ତାକୁ ଜାନୁଆରୀ ୨୦୧୯ ରେ ଦେବଗଡ଼ ଜିଲ୍ଲା ସାମନ୍ତରାପଲିରୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons