ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ନୀତି ମୂଳୋପôାଟନ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଲୋକମାନେ ଜନସେବା ଅଧିକାର ଆଇନ୍ରେ ପାଉଥିବା ସେବା ଗୁଡ଼ିକ, ଯେଉଁଭଳି ଦୁର୍ନୀତି ମୁକ୍ତ ରୁହେ ସେଥିପାଇଁ ମଧ୍ୟ ସରକାର ନଜର ରଖିଛନ୍ତି । ଦୁର୍ନୀତିକୁ ସରକାର ଆଦୌ ପ୍ରଶ୍ରୟ ଦେଉ ନାହାନ୍ତି କିମ୍ବା ବରଦାସ୍ତ କରିବେନି । ରାଜ୍ୟ ଭିଜିଲାନସ୍ ବିଭାଗ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରବୀନ୍ଦ୍ର ମଣ୍ଡପରେ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ।
ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଜନ କଲ୍ୟାଣ ଯୋଜନାରେ ଯେଭଳି ଦୁର୍ନୀତି ନ ହୁଏ ସେଥିପାଇଁ ସରକାର ସବୁ ପଦକ୍ଷେପ ନେଇଛନ୍ତି । ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ସରକାର ଚଳିତ ବର୍ଷ ଠାରୁ ଆରମ୍ଭ କରିଛନ୍ତି ୫-ଟି । ଏହି ୫-ଟି ଏକ ମାଇଲ୍ ଖୁଣ୍ଟ ହେବ । ଭିଜିଲାନ୍ସ ବିଭାଗ ସରକାରଙ୍କ ଏହି ଦୁର୍ନୀତି ବିରୋଧୀ ଅଭିଯାନକୁ ଅଧିକ ବଳୁଆ କରିଛି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଦୁର୍ନୀତି ରୋକିବାରେ ଭିଜିଲାନସ୍ ବିଭାଗର କାର୍ଯ୍ୟ ପ୍ରଶଂସନୀୟ । ଖୁବ୍ ଶୀଘ୍ର ରାଉରକେଲାରେ ଭିଜିଲାନ୍ସ ଡିଭିଜନ୍ ଆରମ୍ଭ କରାଯିବ । ଭିଜିଲାନ୍ସ ବିଭାଗକୁ ଆହୁରି ମଜଭୁତ କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଜିଲାନ୍ସ ବିଭାଗରେ ଉତ୍ତମ କାର୍ଯ୍ୟ କରିଥିବା ଅଧିକାରୀ ଓ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ ।
ଭିଜିଲାନ୍ସ ନିଦେ୍ର୍ଧଶକ ଦେବାଶିଷ ପାଣିଗ୍ରାହୀ ଗଣମାଧ୍ୟମକୁ କହିଥିଲେ, ପୂର୍ବ ବର୍ଷ ଠାରୁ ଚଳିତ ବର୍ଷ ଦଣ୍ଡ ହାର ବଢ଼ିଛି । ସରକାରଙ୍କର ବିଭିନ୍ନ ମୌଳିକ ସେବା ସମୟରେ କିଛି ବ୍ୟକ୍ତି ଲାଞ୍ଚ ନେବାର ନଜିର ରହିଛି । ସେ ବାବଦରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୪୧୮ ଜଣଙ୍କ ନାଁରେ ୨୫୦ ଟି କ୍ରିମିନାଲ୍ କେସ୍ କରିଛି ଭିଜିଲାନ୍ସ । ସେଥିମଧ୍ୟରୁ ୩୪ ପ୍ରଥମ ଶ୍ରେଣୀ କର୍ମଚାରୀ, ୩୪ ଦ୍ୱିତୀୟ ଶ୍ରେଣୀ, ୨୩୫ ତୃତୀୟ ଶ୍ରେଣୀ, ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ, ୨୮ ଅନ୍ୟ ସରକାରୀ କର୍ମଚାରୀ ଓ ଅନ୍ୟ ୯୨ ଜଣ ଯେଉଁମାନେ ସରକାରୀ କର୍ମଚାରୀଙ୍କୁ ସହଯୋଗ କରିଥିଲେ ସେମାନଙ୍କୁ ଗିରଫ କରାଯାଇଛି ।
କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଭିଜିଲାନ୍ସ ଆଇଜି ପିଏସ୍ ରଣପେସ୍, ପୁଲିସ୍ କମିଶନର ଡ. ସୁଧାଂଶୁ ଷଡଙ୍ଗୀ, ଭିଜିଲାନ୍ସ ଏସ୍ପି ସାର୍ଥକ ଷଡଙ୍ଗୀଙ୍କ ସହ ବହୁ ବରିÂ ପୁଲିସ୍ ଅଧିକାରୀ ସାମିଲ ଥିଲେ ।
Comments are closed, but trackbacks and pingbacks are open.