ଦୁର୍ନୀତିରେ ଲିପ୍ତ ୬ କର୍ମଚାରୀଙ୍କୁ ବିଦାକଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ନୀତି ଛିଟା ଲାଗିବ ତ ବରଦାସ୍ତ କରାଯିବନି । କଠୋର ରୁ କଠୋର ଦଣ୍ଡରେ ଦଣ୍ଡିତ ହେବା ଥୟ । ଦୁର୍ନୀତି ବିରୋଧରେ ନିଜ ଆଭିମୁଖ୍ୟକୁ ଆହୁରି ଶାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ପୁଣି ୬ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ୪ ଜଣ ପୂର୍ବତନ କର୍ମଚାରୀଙ୍କ ପେନସନ ମଧ୍ୟ ବନ୍ଦ କରି ଦିଆଯାଇଛି । ଏମାନେ ଭିଜିଲାନସ କୋର୍ଟରେ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଚଳିତ ମାସରେ ଦୁର୍ନୀତିଗ୍ରସ୍ତ ୨୧ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରାଯାଇଥିଲା ବେଳେ ୬ ଜଣଙ୍କ ପେନସନକୁ ବନ୍ଦ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଏଭଳି ଜିରୋ ଟଲରାନସ୍ ନୀତି ଆପଣାଇ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରୁଥିଲା ବେଳେ ଏହା କର୍ମଚାରୀ ମହଲରେ ହଇଚଇ ଆଣିଛି । ଦୁର୍ନୀତି ଅଭିଯୋଗ ଆସିଲା ମାତ୍ରେ ଏହାର ତଦନ୍ତ କରାଯାଇ ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦିଆଯାଇଛି ।
ବରଖାସ୍ତ ହୋଇଥିବା କର୍ମଚାରୀମାନେ ହେଲେ ସୁନ୍ଦରଗଡ଼ କୁଆଁରମୁଣ୍ଡା ତହସିଲର କନିÂ କିରାଣୀ ସଂଜିତ କୁମାର ରାୟ । ସେ ପୂର୍ବରୁ ରାଉରକେଲାର ଆରଟିଓ ଅଫିସରେ କନିÂ କିରାଣୀ ଥିଲେ । ବାରିପଦା ଆଇଟିଡିଏ ର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ସେ ଏବେ ଜୟପୁର ଆଇଟିଡିଏ କାର୍ଯ୍ୟରତ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଡାକ୍ତର ଭାଗିରଥୀ ବିଶ୍ୱାଳ । ସେ ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟ କରୁଥିଲେ । ସେହିଭଳି ବରଖାସ୍ତ ଅନ୍ୟ କର୍ମଚାରୀ ହେଲେ କାମାକ୍ଷାନଗରରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ବସନ୍ତ କୁମାର ପାତ୍ର । ସୁନ୍ଦରଗଡ଼ କୁତ୍ରା ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ ଓ ବଣାଇଗଡ଼ ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ ।
ସେହିପରି ପେନସନ ସୁବିଧା ବନ୍ଦ ହୋଇଥିବା ୪ ଅଧିକାରୀ ହେଲେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ଚିଫ ଇଞ୍ଜିନିୟର ଅଫିସର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବୀନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ ଜେଇ ରବିନାରାୟଣ ମହାନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୭ରେ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିଲା ବେଳେ ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ପେନସନ ବନ୍ଦ କରିଥିଲେ । ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ଯେ କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି । ଯିଏ ଦୁର୍ନୀତି କରିବ, ସେ ବରଖାସ୍ତ ହେବା ନିଶ୍ଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons