ଜୟପୁର: ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେଇ କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି।
ସୁରମା ମହାପାତ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ୟାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏହି ନେଇ ପ୍ରଶାସନିକ ତଦନ୍ତ ସହିତ ବିଭାଗୀୟ ତଦନ୍ତ କରାଯାଇଥିଲା। ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଛି।
Comments are closed, but trackbacks and pingbacks are open.