ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଶପଥ ନେଲେ ସରକାରୀ କର୍ମଚାରୀ

Get real time updates directly on you device, subscribe now.

ଭୁବନେଶ୍ୱର: ଦୁର୍ନୀତି ମୁକ୍ତ ପ୍ରଶାସନ ପାଇଁ ଶପଥ । ସଚିବାଳୟରେ ସବୁ ବିଭାଗର ସଚିବ ନିଜ ବିଭାଗ କର୍ମିଚାରୀଙ୍କୁ ଡାକି କରାଇଛନ୍ତି ଶପଥପାଠ । ଏକଥା ନୂଆ ନୁହେଁ । ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ ବେଳେ ଏଭଳି ହୁଏ ଯାହା ଆଜି ବି ହୋଇଛି ।
ହେଲେ ଏଥର କିନ୍ତୁ ଯେମିତି ପ୍ରଚାର ପ୍ରସାର ହୋଇଛି ତାକୁ ନେଇ ଚାଲିଛି ଚର୍ଚା । କାରଣ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ଓଡିଶା ଦୁର୍ନୀତିଗ୍ରସ୍ତ ରାଜ୍ୟ ତାଲିକାରେ ଦ୍ବୀତୀୟ ସ୍ଥାନରେ ଅଛି। ଯାହାକୁ ଗଣ୍ଠି କରି ବିରୋଧୀ ସରକାରଙ୍କୁ ଘେରୁଛନ୍ତି । ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଭଳି ପୁଳାପୁଳା ଦୁର୍ନିତି ସାମ୍ନାକୁ ଆସିଛି ସେଥିରେ ପ୍ରଶାସକମାନେ ଦୁର୍ନୀତି କରିବେନି ବୋଲି ଶପଥ ନେବା ବିରୋଧିଙ୍କ ମନକୁ ଯାଉନି ।
ଆଜି ସବୁ ଅଫିସର ଓ କର୍ମଚାରୀ ଶପଥ ନେଇଛନ୍ତି ଯେ ଆମେ ଲାଞ୍ଚ ନେବୁନୁ କି ଲାଞ୍ଚ ଦେବୁନୁ । ସବୁ କାମ ସ୍ବଛତାର ସହ କରିବୁ । ଏଭଳି ଅନେକ କଥା କହି ସରକାରୀ ବାବୁମାନେ ଶପଥ ନେଇଛନ୍ତି । ଏବେ ତ ମୋ ସରକାର ଓ ୫ଟି କାର୍ୟ୍ୟକ୍ରମକୁ ନେଇ କର୍ମଚାରୀଙ୍କ ମନରେ ଛନକା ପଶିଛି ।
ପ୍ରତିଦିନ କେହିନା କେହି ଚାକିରୀ ହରାଉଛନ୍ତି। ଆଜି ଅନୁଗୁଳର ଏସଆଇ ନିଲମ୍ବିତ ହୋଇଛନ୍ତି। ତେଣୁ ଏଥର ସରକାରୀବାବୁଙ୍କ ଶପଥ କିଛି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି। ଆଉ ବିଜେଡିର ଆଶା ଲମ୍ବି ଯାଇଛି।
ଏଭଳି ଦୁର୍ନୀତି ମୁକ୍ତ ଅଭିଯାନ ଆଉକିଛିଦିନ ଚାଲିଲେ ସ୍ଥିତିରେ ସୁଧାର ଆସିବାରେ କିଛି ବଡକଥା ନୁହଁ । କିନ୍ତୁ ଯେଉଁମାନେ ଅଭ୍ୟାସରେ ପଡ଼ିଗଲେଣି ସେମାନଙ୍କ ରକ୍ତରୁ ଏ ଶପଥ କଣ ଦୁର୍ନୀତିକୁ କାଢ଼ିପାରିବ ତାହା ବି ସନ୍ଦେହ ହେବା ସ୍ବାଭାବିକ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons