ଦୁର୍ବୃତ୍ତଙ୍କ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ

Get real time updates directly on you device, subscribe now.

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ରାଇରଙ୍ଗପୁର ଟାଉନ ଥାନା ଗୋରୁମହିଷାଣି ଛକରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ କରିଥିଲେ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ।
ଦୁର୍ବୃତ୍ତ ଜଣଙ୍କ ପ୍ରଥମେ ସିସିକ୍ୟାମେରା ଭାଙ୍ଗିଥିଲେ । ତାପରେ ଲୁହାଛଡ଼ ଓ ପଥର ସାହାଯ୍ୟରେ ଏଟିଏମ ଭାଙ୍ଗୁଥିବାର ଜଣାପଡିଛି । ତେବେ ଭାଙ୍ଗିବା ଶବ୍ଦ ଶୁଣି ଘର ମାଲିକ ରଞ୍ଜନ ସେଠି ଏଟିଏମ ପାଖକୁ ଆସିଥିଲେ । ସେ ଏଟିଏମ ନିକଟକୁ ଆସିବାରୁ ଦୁର୍ବୃତ୍ତ ଜଣଙ୍କ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଫେରାର ହୋଇଯାଇଥିଲେ ।
ଉକ୍ତ ଏଟିଏମରେ ୧୧ଲକ୍ଷ ଟଙ୍କା ଥିବାର ଜଣାପଡିଛି । ତାଙ୍କ ପାଟି ଶୁଣି ଅନ୍ୟଲୋକମାନେ ସେଠାରେ ରୁଣ୍ଡ ହୋଇଯାଇଥିଲେ । ଫଳରେ ଲୁଟ ଉଦ୍ୟମ ବିଫଳ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons