ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ତେଲନଦୀ ଘାଟରେ ଦୁର୍ବୃତ୍ତମାମାନଙ୍କ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଁ ଶାନ୍ତନୁ ରାଉତ । ତାଙ୍କ ଘର ତରଭା ଥାନା ଅନ୍ତର୍ଗତ ଭୁରାଟ ଗାଁରେ । ଆଜି (ସୋମବାର) ସକାଳେ ଶାନ୍ତନୁ କୌଣସି କାମରେ ତେଲନଦୀ ଘାଟକୁ ଯାଇଥିଲେ । ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଶାନ୍ତନୁଙ୍କ ଦୁଇ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ତରଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ ଓ କାହିଁକି ଶାନ୍ତନୁଙ୍କୁ ଗୁଳିମାଡ଼ କରିଛି, ତାହା ଜଣାପଡି ନାହିଁ । ତରଭା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.