ଦୁର୍ବୃତ୍ତଙ୍କ ପଥର ମାଡ଼ରେ ବୋଲେରୋ ଡ୍ରାଇଭର ଗୁରୁତର

Get real time updates directly on you device, subscribe now.

ଅନୁଗୋଳ: ଦୁର୍ବୁତ୍ତଙ୍କ ପଥର ମାଡ଼ରେ ଲହୁ ଲୁହାଣ ହେଲେ ବୋଲେରୋ ଡ୍ରାଇଭର । ଦୁର୍ବୃତ୍ତମାନେ ବୋଲେରୋ ଭଙ୍ଗାରୁଜା କରିଥିବା ବେଳେ ଗାଡି ଚାଳକଙ୍କ ଆଖି ଆଉ ମୁହଁରେ ଶକ୍ତ ଆଘାତ ଲାଗିଛି । ଅନୁଗୋଳ ଜିଲ୍ଲା ବାଗଡ଼ିଆ ଖମାର ଆମ୍ବବୁରୀଠାରେ ଏହି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ନୂଆଗାଁରୁ ତାଳଚେର ସୁନା ଖଣିକୁ ଏକ ଦମ୍ପତ୍ତି ରାତିରେ ଫେରୁଥିବା ବେଳେ କିଛି ଦୁର୍ବୁତ୍ତ ଅତର୍କିତ ଭାବେ ପଥର ମାଡ଼ କରିଥିଲେ । ଡ୍ରାଇଭରଙ୍କ ମୁଣ୍ଡ ଆଉ ଆଖିରେ ପଥର ବାଜିଥିଲା । ଫଳରେ ସେ ଗାଡିର ଷ୍ଟିୟରିଂ ଛାଡି ଦେଇଥିଲେ । ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ପଳାଇ ଯାଇଥିଲା ।
କରୋନା ଯୋଗୁଁ କାହାଘରେ ନ ରହିବାକୁ ମନସ୍ତ କରି ରାତ୍ରି ଭୋଜନ ପରେ ଝିଅ ଘରୁ ତାଳଚେର ଫେରୁଥିଲେ ଭାଗିରଥୀ ମହାରଣା ଓ ତାଙ୍କ ପତ୍ନୀ । ଖବର ପାଇ ବାଗଡ଼ିଆ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛି ସେ ନେଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons