ଦୁର୍ବୃତ୍ତ ହାଣିଲେ, ୧୦ଲକ୍ଷ ଲୁଟି ନେଲେ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସୋମବାର ଜଣେ ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କ ନିକଟରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି । କର୍ମଚାରୀ ଜରକ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଅକା୍ରମଣର ଶିକାର ହୋଇଛନ୍ତି । ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ତିହିଡ଼ି ଥାନରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜ ୧୦ ଲକ୍ଷ ୮୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ସୋମବାର ତିହିଡି ସ୍ଥିତ ୟୁକୋ ବାଙ୍କକୁ ଯାଉଥିଲେ । ଜିଝାରପୁର ରେଳ ଲାଇନ୍ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ପ୍ଲେଟ୍ ନଥିବା ବାଇକ୍ରେ ପଛରୁ ଦ୍ରୁତ ଗତିରେ ଆସି ପ୍ରମୋଦଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହା ପରେ ତାଙ୍କ ହାତରୁ ବ୍ୟାଗ୍ଟି ଖସି ପଡିବାରୁ ଦୁର୍ବୃତ୍ତମାନେ ତାକୁ ନେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ଉଦ୍ଧାର କରି ତିହିଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରମୋଦ ଘଟରା ସଂପର୍କରେ ତିହିଡି ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons