ଦୁଲୀପ ଟ୍ରଫି: ନାଏରଙ୍କ ଶତକ:ଇଣ୍ଡିଆ ରେଡ୍-ଇଣ୍ଡିଆ ବ୍ଲ୍ୟୁ ମ୍ୟାଚ୍ ଡ୍ର’

Get real time updates directly on you device, subscribe now.

ଆଲୁର: ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲ୍ୟୁ ମଧ୍ୟରେ ଅନୁଷ୍ଠିତ ଦୁଲୀପ ଟ୍ରଫି ମ୍ୟାଚ୍ ଡ୍ର’ ହୋଇଛି । ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ଇଣ୍ଡିଆ ରେଡ୍ ୩ପଏଣ୍ଟ ପାଇ ଶୀର୍ଷ ସ୍ଥାନ ସହ ଫାଇନାଲ୍ରେ ପ୍ରବେଶ କରିଛି । ଅନ୍ୟପଟେ ଇଣ୍ଡିଆ ବ୍ଲ୍ୟୁ ୧ପଏଣ୍ଟରେ ସନ୍ତୁଷ୍ଟ ହୋଇଛି । ଦଳ ଲଗାତର ୨ଟି ଡ୍ର’ (୨ପଏଣ୍ଟ) ସହ ଦ୍ୱିତୀୟରେ ଥିବାବେଳେ ଇଣ୍ଡିଆ ଗ୍ରୀନ୍ (୧ପଏଣ୍ଟ) ତୃତୀୟ ସ୍ଥାନରେ ରହିଛି । ଆସନ୍ତା ୨୯ ତାରିଖରୁ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ଗ୍ରୀନ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେପ୍ଟେମ୍ବର ୪ରୁ୯ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ।ଚତୁର୍ଥ ତଥା ଅନ୍ତିମ ଦିବସରେ ଇଣ୍ଡିଆ ରେଡ୍ ବ୍ୟାଟ୍ସମ୍ୟାନ୍ କରୁଣ ନାଏର ୧୬୬ରନ୍ର ଦମ୍ଦାର ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ ବଳରେ ଦଳ ଦ୍ୱିତୀୟ ଇନିଂସ୍ରେ ୬/୨୯୭ରନ୍ କରି ପାଳି ଘୋଷଣା କରିଥିଲା । ଏହାପରେ ଦିବସର ଖେଳ ଶେଷ ହେବାରୁ ମ୍ୟାଚ୍ଟି ଡ୍ର’ ହୋଇଥିଲା । ନାଏର ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।ସୋମବାର ଅନ୍ତିମ ଦିବସରେ ଇଣ୍ଡିଆ ରେଡ୍ ଅସମାପ୍ତ ଦ୍ୱିତୀୟ ଇନିଂସ୍ ୨/୯୩ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ନାଏର ଓ ଅଙ୍କିତ କାଲସି ସତର୍କତାର ସହ ବ୍ୟାଟିଂ କରିଥିଲେ । ଏହି ଯୋଡ଼ି ଭାଙ୍ଗିବାକୁ ଇଣ୍ଡିଆ ବ୍ଲ୍ୟୁ ବୋଲରଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଉଭୟଙ୍କ ମଧ୍ୟରେ ମୋଟ ୧୫୭ରନ୍ର ଭାଗିଦାରୀ ଗଠନ ହୋଇଥିଲା । ଦଳୀୟ ସ୍କୋର ୬୪ବେଳେ କାଲସି ବ୍ୟକ୍ତିଗତ ୬୪ରନ୍ କରି ଜଲାଜ ସାକସେନାଙ୍କ ବଲ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଇନିଂସ୍ରେ (୯୯ରନ୍) ଶତକରୁ ବଞ୍ôଚତ ହୋଇଥିବା ନାଏର ଦ୍ୱିତୀୟ ଇନିଂସ୍ରେ ଶତକ ପୂରଣ କରିଥିଲେ । ଅନ୍ୟପଟେ ହରପ୍ରୀତ ସିଂହ ୧୫, ଇଶାନ କିଷନ ୧୨ ଓ ଅକ୍ଷର ପଟେଲ ୯ ରନ୍ କରି ବିଫଳ ହୋଇଥିଲେ । ନାଏରଙ୍କ ଅପରାଜିତ ୧୬୬ (୨୨୩ବଲ୍, ୧୯ଚୌକା, ୧ଛକା) ରନ୍ ବଳରେ ଇଣ୍ଡିଆ ରେଡ୍ ୬/୨୯୭ରନ୍ରେ ପାଳି ଘୋଷଣା କରିବା ପରେ ଦିବସର ଖେଳ ଶେଷ ହେବାରୁ ମ୍ୟାଚ୍ ଡ୍ର’ ହୋଇଥିଲା । ଇଣ୍ଡିଆ ବ୍ଲ୍ୟୁ ପକ୍ଷରୁ ସାକସେନା ୪ଟି ଓ ଦିୱେଶ ପଠାଣିଆ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons