ନିଶ୍ଚିନ୍ତକୋଇଲି,(ବି.ବି.ନୁ୍ୟଜ୍): ମଙ୍ଗଳବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନାନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ମଧୁବନ ଗ୍ରାମରୁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଗଣବଳାକ୍ରାର କରିବା ପରେ ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୀଡ଼ିତା ନିଶ୍ଚିନ୍ତକୋଇଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତିରେ ସାମାନ୍ୟ ଚେତା ଫେରିଥିଲା । ସେ ଠିକ୍ ଭାବରେ ସବୁକଥା କହିପାରିନଥିଲେ । ନିଶ୍ଚିନ୍ତକୋଇଲି ପୁଲିସ ତାଙ୍କୁ ଜଗିରହିଛି ଓ ଚେତା ଫେରିପାଇଲେ ତାଙ୍କଠାରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆଶା ରଖିଛି ।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ମହିଳାଙ୍କ ବାପଘର ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ସେ ଜଗତସିଂହପୁରରେ ବିବାହ କରିଥିଲେ । ତେବେ କୌଣସି କାରଣରୁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ । ରୋଜଗାର ପାଇଁ କଟକରେ ଥିବା ଏକ ଆୟୁର୍ବେଦ ଦୋକାନରେ ସେ କାମ କରୁଥିଲେ ଓ ନୂଆବଜାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ତାଙ୍କୁ ଚଣ୍ଡିଖୋଲର ଜଣେ ବ୍ୟକ୍ତି ଅଧିକ ଦରମାରେ ଆଉ ଏକ ଜାଗାରେ କାମ କରିବାର ସୁଯୋଗ ଦେବେ ବୋଲି କହିଥିଲେ । ମହିଳା କଟକ ଦୋକାନରେ କମ୍ ଦରମାରେ କାମ କରୁଥିବାରୁ ଉକ୍ତ ବ୍ୟକ୍ତିଙ୍କ କଥାରେ ତୁରନ୍ତ ରାଜି ହୋଇଯାଇଥିଲେ । ଆଜି ଦୋକାନରୁ କାମ ସାରିବା ପରେ ଉଭୟ ଉକ୍ତ ଜାଗାକୁ ଯିବେ ବୋଲି କଥା ହୋଇଥିଲା । ସେହି ଅନୁଯାୟୀ ଆଜି ପୀଡ଼ିତା ମହିଳା ଦୋକାନରେ କାମ ସାରି ଶିଖରପୁରରେ ଅପେକ୍ଷା କରିଥିଲେ । ଉକ୍ତ ବ୍ୟକ୍ତି ତାଙ୍କୁ ଚାକିରି ଜାଗାକୁ ନେବାକୁ କହି ଏକ କାର୍ରେ ଆଣିଥିଲେ । ବାଟରେ କାର୍ରେ ଆଉ ଦୁଇ ଜଣ ଲୋକ ଉଠିଥିଲେ । ଏହାପରେ ୩ ଜଣ ମହିଳାଙ୍କୁ ସାଲେପୁର ରାସ୍ତାରେ ନେଇଥିଲେ । ବାଟରେ ଗଲା ବେଳେ ୩ ଜଣ ମଦ୍ୟପାନ କରିବା ସହ ମହିଳାଙ୍କୁ କାର୍ ଭିତରେ ଗଣବଳାକ୍ରାର କରିଥିଲେ । ଏହାପରେ ତାଙ୍କୁ ରାସ୍ତା ପାଶ୍ୱର୍ ମଧୁବନଠାରେ କାର୍ରୁ ଫିଙ୍ଗି ଦେଇ ଚାଲିଯାଇଥିଲେ । ପୀଡ଼ିତା ଗୁରୁତର ଅବସ୍ଥାରେ ରାସ୍ତା ପାଶ୍ୱର୍ରେ ପଡି ରହିଥିବା ବେଳେ ମଧୁବନ ଗ୍ରାମବାସୀ ତାଙ୍କୁ ଦେଖି ପାଖରେ ଥିବା ନିଶ୍ଚିନ୍ତକୋଇଲି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । କେନ୍ଦ୍ରରୁ କର୍ମଚାରୀମାନେ ଆସି ମହିଳାଙ୍କୁ ନେଇ ନିଶ୍ଚିନ୍ତକୋଇଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.