ଭୁବନେଶ୍ୱର:ଦେଶରେ କରୋନା ପାଇଁ ତାଲା ବନ୍ଦ ଚାଲିଥିବାରୁ ପିଲାମାନେ ଯେପରି ପାଠପଢାରୁ ବଞ୍ଚିତ ନହେବେ ସେଥିପାଇଁ ଲକ ଡାଉନ ପାଇଁ ଦୂରଦର୍ଶନ ଜରିଆରେ ପଢାଯିବ ଦଶମ ପାଠ । ତେବେ ଏଜୁସାଟ ପକ୍ଷରୁ ପ୍ରସ୍ତୁତ ଭିଡିଏର ପୁନଃ ପ୍ରସାରଣ ମଧ୍ୟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଏପ୍ରିଲ ୨୦ରୁ ମେ ୧୨ ତାରିଖ ମଧ୍ୟରେ ୩୪ଟି ଭିଡିଓର ପୁନଃ ପ୍ରସାରଣ ପାଇଁ ନିଷ୍ପତି ମଧ୍ୟ ହୋଇଛି । ଦିନକୁ ୨ ଥର ଘଣ୍ଟାଏ ଲେଖାଏଁ କାର୍ୟ୍ୟକ୍ରମର ପୁନଃ ପ୍ରସାରଣ ହେବ । ସକାଳ ୧୧ଟାରୁ ୧୨ଟା ଏବଂ ଦିନ ୩ଟା ୩୦ରୁ ୪ଟା ୩୦ ପର୍ୟ୍ୟନ୍ତ ଏହା ପ୍ରସାରଣ କରାଯିବ । ଗଣିତ, ଇଂରାଜୀ, ଭୂଗୋଳ, ଏସସିପି, ଏସସିଏଲ ପାଠ ପ୍ରଭୃତିର ପୁନଃ ପ୍ରସାରଣ କରାଯିବ । ତେବେ ପ୍ରତି ସୋମବାରରୁ ଶୁକ୍ରବାର ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ପ୍ରସାରଣ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ।
Comments are closed, but trackbacks and pingbacks are open.