ଦେଉଳ ବେଢ଼ା ଜଗିବେ ସଶସ୍ତ୍ର ଯବାନ

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ଉପରେ ଆତଙ୍କବାଦୀଙ୍କ ନଜର ରହିଛି । ମନ୍ଦିର ଗହଳି ଭିତରେ କ’ଣ ଘଟିବ କହିହେବ ନାହିଁ । ଗହଳି ନିୟନ୍ତ୍ରଣ ଏବଂ ମନ୍ଦିର ସୁରକ୍ଷା ପରିଚାଳନା ପାଇଁ ଶ୍ରୀମନ୍ଦିରରେ ଦୁଇ ପ୍ଳାଟୁନ ଓଡ଼ିଶା ସ୍ୱତନ୍ତ୍ର ଆକ୍ସନ ଫୋର୍ସ (ଓଏସ୍ଏପି) ଏବଂ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆର୍ବି) ଫୋର୍ସ । ଏହା ବ୍ୟତୀତ ମନ୍ଦିର ଭିତରେ ଫାଙ୍କା ଜାଗା ଦେଖି ପୁଲିସ ପୋଷ୍ଟ ଖୋଲିବ । ଓଏସ୍ଏପି ଏବଂ ଆଇଆର୍ବି ଯବାନଙ୍କୁ ଭିଡ଼ ନିୟନ୍ତ୍ରଣ ପାଇଁ ତାଲିମ ଦିଆଯିବ । ଏହି ଯବାନମାନଙ୍କୁ ଦର୍ଶନାର୍ଥୀ, ଯାତ୍ରୀ, ସେବାୟତଙ୍କୁ କିଭଳି ସୁବ୍ୟବହାର କରାଯିବ ସେ ନେଇ ତାଲିମ ପ୍ରଦାନ କରାଯିବ ।
ଶ୍ରୀମନ୍ଦିର ଭିତରେ ଲାଗିଥିବା ସିସିଟିଭି ସଂଖ୍ୟାକୁ ବୃଦ୍ଧି କରାଯିବ । ମନ୍ଦିର ବେଢ଼ାରେ ବୋମା ନିଷ୍କ୍ର୍ରିୟକାରୀ ଦଳ ସ୍ଥାୟୀ ଭାବେ ଅବସ୍ଥାପିତ ହେବେ । ଏହା ଦ୍ୱାରା ତକ୍ରାଳ ପରିସ୍ଥିତିକୁ ପ୍ରତିହତ କରାଯିବ । ଶ୍ରୀମନ୍ଦିର ଚାରିପାଖରେ ଅଚଳ ଠିଆ ହୋଇଥିବା ଚାରୋଟି ୱାଚ୍ ଟାୱାରକୁ ସକି୍ରୟ କରାଯିବ । ୱାଚ୍ ଟାୱାରରେ ସୁରକ୍ଷା କର୍ମୀମାନେ ଦିନ ଏବଂ ରାତିରେ ଲୋକଙ୍କ ଗତିବିଧିକୁ ଲକ୍ଷ୍ୟ ରଖିବାକୁ ବାଇନାକୁଲର ସହ ପ୍ରହରା ଦେବେ । ଏଭଳି ନୂତନ ସୁରକ୍ଷା ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ସମ୍ଭବତଃ ନୂତନ ବର୍ଷରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରିବାକୁ ବିଚାର ଚାଲିଛି ।
ଖାଲି ସେତିକି ତ ନୁହେଁ ପୁରୀ ସହର ଏବଂ ଶ୍ରୀମନ୍ଦିର ଉପରେ ବିପଦ ଦେଖା ଦେଲେ ଆପାତକାଳୀନ ପରିସ୍ଥିତିକୁ ପ୍ରତିହତ କରିବାକୁ କୁଇକ୍ ଏକ୍ସନ ଫୋର୍ସ (କୁ୍ୟଏଟି) ଏବଂ ସ୍ୱତନ୍ତ୍ର କୌଶଳ ତାଲିମ ପ୍ରାପ୍ତ ସୁରକ୍ଷା ବଳ (ଏସ୍ଆଇଟିଏଫ)ର ସ୍ଥାୟୀ କ୍ୟାମ୍ପ ପୁରୀଠାରେ ସ୍ଥାପନ କରାଯିବ । ଶ୍ରୀମନ୍ଦିର ଚାରି ପାଖରେ ରହିଥିବା ୱାଚ୍ ଟାୱାରଗୁଡିକର ଆଧୁନିକୀକରଣ ଏବଂ ତଦାରଖ ପାଇଁ ସରକାରଙ୍କ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ଏକ ବିଶେଷଜ୍ଞ କମିଟି ଗଠନ କରିବେ । ଟାୱାରଗୁଡିକ ନିରନ୍ତର କାର୍ଯ୍ୟକ୍ଷମ ରହିବା ଉପରେ କମିଟି ନଜର ଦେବ । ଶ୍ରୀମନ୍ଦିରର ଏହି ସବୁ ନୂତନ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଜଷ୍ଟିସ ବିପି ଦାଶ କମିସନ ୨୦୧୬ ମସିହାରେ ସୁପାରିସ କରିଥିଲେ ।
ଏହି ସୁପାରିସଗୁଡିକୁ ୨୦୧୭ରେ କାର୍ଯ୍ୟକାରୀ କରିବାକୁ ସରକାର ଉଦ୍ୟମ କରିଥିଲେ । କିନ୍ତୁ ତାହା ସଫଳ ହୋଇପାରି ନ ଥିଲା । ଏବେ ଏହି ସୁରକ୍ଷା ବ୍ୟବସ୍ଥାକୁ ପ୍ରଚଳନ କରିବାକୁ ସାନି ଉଦ୍ୟମ ଚାଲିଛି । ଗତ ଅଗଷ୍ଟ ମାସରେ ରାଜ୍ୟ ଆଇନ ବିଭାଗ ଏହି ସୁପାରିସକୁ କାର୍ଯ୍ୟକାରୀ କରିବାକୁ ସଙ୍କଳ୍ପ ଜାରି କରିଛି । ଏହି ସଙ୍କଳ୍ପ ଉପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଭାସ ଦିଆଯାଇଛି । ତେବେ ଏନେଇ ପରିଚାଳନା କମିଟିରେ ପ୍ରାକ୍ ଆଲୋଚନା ହୋଇ ନଥିବା କିମ୍ବା କମିଟିର ଅନୁମୋଦନ ଥିବା ନେଇ ଗତକାଲିର ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଜଷ୍ଟିସ ବିପି ଦାସ କମିସନଙ୍କ ସୁପାରିସକୁ ଆମେ କେବଳ କାର୍ଯ୍ୟକାରୀ କରୁଛୁ ବୋଲି କହି ଶ୍ରୀମନ୍ଦିର ପ୍ରଶାସନ ପ୍ରସଙ୍ଗ ଉପରେ ଅଧିକ ଆଲୋଚନା କରି ନଥିଲା । ଏହି ପୃÂଭୂମିରେ ଶ୍ରୀମନ୍ଦିର ଏହି ନୂତନ ସୁରକ୍ଷା ବ୍ୟବସ୍ଥା ନେଇ ଏଠାରେ ନାନା କଳ୍ପନାଜଳ୍ପନା ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons