ଦେଢ଼ଶୂରର ଠେଙ୍ଗା ପ୍ରହାରରେ ଭାଇ ବୋହୂ ଗୁରୁତର

Get real time updates directly on you device, subscribe now.

ନୀଳଗିରି: ଦେଢ଼ଶୂର ଆକ୍ରମଣରେ ଭାଇବୋହୂ ଗୁରୁତର। ପାରିବାରିକ କଳହ ଉଗ୍ରରୂପ ଧାରଣ କଲା। ମିଳିଥିବା ସୂଚନା ମୁତାବକ, ନୀଳଗିରି ଥାନା ଅଧିନ ଔପଦା ବ୍ଲକ ଭିମେଇ ଅଞ୍ଚଳର ସନାତନ ମଳିକଙ୍କର ୫ ପୁଅ। ମଝିଆ ଭାଇ କମଳାକାନ୍ତଙ୍କୁ ସାନଭାଇ କୈଳାସ ଏକ ଗାଡ଼ିରେ ବସାଇ ନେବାରୁ ଉତକ୍ଷିପ୍ତ ହୋଇ ବଡ଼ଭାଇ ରମାକାନ୍ତ ଓ ତାଙ୍କ ସ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ରମାକାନ୍ତଙ୍କ ସ୍ତ୍ରୀ ସଞ୍ଜୁ ଗାଳି ଗୁଳଜ କରି କୈଳାସଙ୍କ ଗାଲକୁ ଚାପୁଡ଼ା ମାରିବାରୁ ତାଙ୍କ ସ୍ତ୍ରୀ ସରୋଜିନୀ ପ୍ରତିବାଦ କରିଥିଲେ। ଏହାପରେ ବଡ଼ଭାଇ ରମାକାନ୍ତ ଆସି ଏକ ଠେଙ୍ଗାରେ ତାଙ୍କ ଭାଇବୋହୂ ସରୋଜିନୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ ନୀଳଗିରି ଥାନାରେ କୈଳାସ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଈଶ୍ୱରପୁର ଫାଣ୍ଡିରେ ତାଙ୍କ ପରିବାର ନାମରେ ମଧ୍ୟ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons