
ମୋହନା, (ବି.ବି.ନୁ୍ୟଜ): ଗଞ୍ଜେଇ ଚାଲାଣରେ ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଛକରେ ମଙ୍ଗଳବାର ପୁଲିସ ପକ୍ଷରୁ ଚଢ଼ଉରେ ଏକ କଣ୍ଟେନରୁ ୧ କୋଟି ୭୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯିବା ସହ ଡ୍ରାଇଭକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ବୁଲନ୍ଦସହର ଭୀମପୁର ଗ୍ରାମର ସୁନୀଲ କୁମାର ବାଲି ମୋହନା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି । ସୂଚନା ପ୍ରକାରେ ମଙ୍ଗଳବାର ଭୋର ସମୟରେ କମଳାପୁର ଛକରେ ମୋହନା ପୁଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବାବେଳେ ଏହି ସମୟରେ ଏକ କଣ୍ଟେନ ନମ୍ବର ( ୟୁପି ୭୮ ସି ଏନ ୦୩୬୧)କୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଏଥିରେ ୫୧ ବସ୍ତାରେ ୧୪ କ୍ୱିଣ୍ଟାଲ ୭୦ କେଜି ୧୦୦ ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ କୋରାପୁଟ ଅଞ୍ଚଳରୁ ଦିଲ୍ଲୀ ଚାଲାଣ ହେଉଥିଲା । ଏନେଇ ଥାନା କେସ ନମ୍ବର ୬୭/୨୧ରେ ମାମଲା ରୁଜୁ ହୋଇଛି । ଡ୍ରାଇଭର ସୁନୀଲ କୁମାରକୁ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।


Comments are closed, but trackbacks and pingbacks are open.