
ଗୁଣପୁର,(ବି.ବି.ନୁ୍ୟଜ): ବହୁଦିନ ଧରି ଗୁଣପୁର ତହସିଲର ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ବାଲି ଚାଲାଣ କରାଯାଇ ଲକ୍ଷାଧିକ ଟଙ୍କାର ରାଜସ୍ୱ ଲୁଟ୍ ଚାଲିଥିବା ବେଳେ ନୂଆକରି ଏଠାକୁ ତହିସିଲଦାର ଆସିବା ପରେ ଏବେ ଏrନ ମୋଡକୁ ଆସିଛ”ି । ଗତକାଲି ମଧ୍ୟ ରାତ୍ରରେ ଖବର ପାଇ ବଂଶଧାରା ନଦୀର ବାଘଶଳା ଗ୍ରାମ ନିକଟସ୍ଥ ତଟରୁ ୫ଟି ଟ୍ରାକ୍ଟର ଉପରେ ଚଢଉ କରିଥିଲେ । ତହସିଲଦାର ଶରତ ଚନ୍ଦ୍ର ନାୟକ ଓ ଆଇଆଇସି ମୋନଜ ବେହେରା ମିଳିତ ଭାବେ ଚଢଉ କରି ଟ୍ରାକ୍ଟର ଗୁଡିକୁ ଥାନାରେ ଆଣି ଅଟକ ରଖିଥିଲେ । ଆଜି ଗୋଟିଏ ଟ୍ରାକ୍ଟର ପିଛା ୩୦ ହଜାର ଲେଖାଏଁ ମୋଟ ଦେଢଲକ୍ଷ ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହାପରେ ଏବେ ବେଆଇନ ବାଲି ଚାଲାଣକାରୀଙ୍କ ମଧ୍ୟରେ ଛନକା ପସିଛି । ଆଗାମି ଦିନରେ ଏଇଭଳି ଅଧିକ ଚଢଉ କରାଯିବ ବୋଲି ନବାଗତ ତହସିଲଦାର ଶ୍ରୀ ନାୟକ କହିଛନ୍ତି ।


Comments are closed, but trackbacks and pingbacks are open.