ସୋନପୁର,(ବି.ବି.ନୁ୍ୟଜ୍): ଦେଶୀ ବନ୍ଧୁକ କାରବାର ନିୟନ୍ତ୍ରଣ ଦିଗରେ ସୋନପୁର ଜିଲ୍ଲା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ପଡେ଼ାଶୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗରେ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି । ଏଥିସହ ସେଠାରୁ ବ୍ୟାପକ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । ବେଆଇନ ବନ୍ଧୁକ କାରବାର ଚଲାଇଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ବଗିଚାସାହିର ନିର୍ମଳ ଯୋଶୀ(୩୩) ଏବଂ ହରଭଙ୍ଗା ଥାନା କୁଶଙ୍ଗ ଗାଁର ରମେଶ ବେହେରା(୭୬) ବୋଲି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସ୍ପି ଦେବୀପ୍ରସାଦ ଦାସ ସୂଚନା ଦେଇଛନ୍ତି । ବୌଦ୍ଧରୁ ବନ୍ଧୁକ ତିଆରି ହୋଇ ସୋନପୁର ଅଞ୍ଚଳରେ ବିକ୍ରି ଚାଲିଥିବା ଏସ୍ପି କହିଛନ୍ତି ।
ଏସ୍ପିଙ୍କ ସୂଚନାମତେ, ସୋନପୁର-ମନମୁଣ୍ଡା ତେଲନଦୀ ବ୍ରିଜ୍ ନିକଟରେ ନିର୍ମଳ ବେଆଇନ ବନ୍ଧୁକ ଧରି ସୋନପୁରରେ ବିକ୍ରି କରିବା ଉଦେ୍ଧଶ୍ୟରେ ଛିଡ଼ା ହୋଇଥିବା ନେଇ ପୁଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା । ଏହାପରେ ସେଠାରେ ପୁଲିସ ଚଢ଼ଉ କରି ନିର୍ମଳକୁ ଉଠାଇ ଆଣିଥିଲା । ସେହି ସମୟରେ ନିର୍ମଳଠାରୁ ଏକ ଦେଶୀ ବନ୍ଧୁକ ଏବଂ ଏକ ଅର୍ଦ୍ଧନିର୍ମିତ ଏକ ଦେଶୀ ବନ୍ଧୁକ ପୁଲିସ ଜବତ କରିଥିଲା । ନିର୍ମଳକୁ ଥାନାରେ ଜେରା ପରେ ଉକ୍ତ ବନ୍ଧୁକ ସବୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗାଁରେ ତିଆରି କରାଯାଉଥିବା କହିଥିଲା । ଏହାପରେ ତୁରନ୍ତ ପୁଲିସର ଏକ ଟିମ୍ କୁଶଙ୍ଗ ଗାଁର ରମେଶ ବେହେରାଙ୍କ ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା । ସେଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଅର୍ଦ୍ଧନିର୍ମିତ ଦେଶୀ ବନ୍ଧୁକ, ୩ଟି ଲୁହା ପାଇପ୍, ଦେଶୀ ବନ୍ଧୁକ ତିଆରି ପାଇଁ ଲଗାଯାଇଥିବା ଦୁଇଟି କାଠନିର୍ମିତ ହ୍ୟାଣ୍ଡେଲ, ୫ଟି କାଠ ନିର୍ମିତ ଲୁହା ପାଇପ୍, ଗୋଟିଏ ଲୁହା ଚିମ୍ଠା, ଗୋଟିଏ ଲୁହା ହାତୁଡି, ଗୋଟିଏ ଲୁହା ମେସିନ୍, ଗୋଟିଏ ଆରିପତି ପୁଲିସ ଜବତ କରିଥିଲା ।


Comments are closed, but trackbacks and pingbacks are open.