ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରିର ପୁନ୍ଦାଳ ଗାଁରେ ଥିବା ଦେଶୀ ମଦ କାରଖାନା ଉପରେ ଆଜି(ସୋମବାର) ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ , ପୁନ୍ଦାଳ ଗାଁରେ ଦେଶୀ ମଦ କାରଖାନା ଚାଲିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ସୋମବାର ସକାଳେ ଅବକାରୀ ବିଭାଗ ଓ ପୋଳିସ ମିଳିତ ଭାବେ ଚଢ଼ଉ କରିଥିଲେ ।
Comments are closed, but trackbacks and pingbacks are open.