ପଦ୍ମପୁର,(ବି.ବି.ନୁ୍ୟଜ୍): ଚୋରା ଦେଶୀ ମଦ କାରବାର ଅଭିଯୋଗରେ ପଦ୍ମପୁର ପୁଲିସ ଶୁକ୍ରବାର ଜଣକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଗୁଡାରୀ ଥାନା ସୁନାପଲ୍ଲୀ ଗାଁର ପୀତବାସ ଗଡତିଆ । ତା ଠାରୁ ୨୦ ଲିଟର ମଦ ଜବତ ହୋଇଛି ।
ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୫ ଟା ସମୟରେ ପୀତବାସ ୨୦ ଲିଟର ମଦ ଧରି ଗୁଡାରୀରୁ ମୁଚୁକିପଦର ଛକକୁ ଆସୁଥିଲା । ମୁଚୁକିପଦର ଗାଁଠାରେ ପଦ୍ମପୁର ପୁଲିସ ତାକୁ ଧରି ଥାନାକୁ ଆଣିଥିଲେ । ପଚରାଉଚରା ବେଳେ ପୀତବାସ ଚୋରା ମଦ କାରବାର କରୁଥିବା ଜଣାପଡିଥିଲା । ଏ ନେଇ ଥାନାରେ ଏକ ମାମଲା(୧୧/୨୦୨୦) ରୁଜୁ ହୋଇଥିବା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ କହିଛନ୍ତି । ପୀତବାସକୁ ଗୁଣପୁର କୋର୍ଟ ପଠାଇ ଦିଆଯାଇଛି । ଚଢଉ ବେଳେ ଥାନା ଅଧିକାରୀଙ୍କ ସହ ଏସଆଇ ତ୍ରିନାଥ ତୋଟାପାଟିଆ, କନେଷ୍ଟବଳ, ହୋମଗାର୍ଡ, ଏଏସଆଇ ମାଝି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.