ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଜେପି ବରିଷ୍ଠ ନେତା, ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶ ଜଣେ ମୂଳ ବିଚାରକଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଅରୁଣ ଜେଟଲୀ ଜଣେ ବହୁତ ବଡ଼ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଜଣେ ଭଲ ସାଙ୍ଗ, ଦାର୍ଶନିକ ଓ ଅଭିଭାବକ ମଧ୍ୟ ଥିଲେ । ଅରୁଣ ଜେଟଲୀ ଛାତ୍ରାବସ୍ଥାରୁ ସାମାଜିକ କାମ ଆରମ୍ଭ କରିଥିଲେ । ସେ ସବୁବେଳେ ସତ ପାଇଁ ଆନ୍ଦୋଳନ କରୁଥିଲେ । ଜେଟଲୀଜୀ ଜୟପ୍ରକାଶ ଆନ୍ଦୋଳନର ବଡ଼ ତାରକା ଥିଲେ । ଆଇସିୟୁରେ ଭର୍ତ୍ତି ହେବା ପୂର୍ବରୁ ସେ ଶ୍ରୀ ଜେଟଲୀଙ୍କୁ ସାକ୍ଷାତ କରିଥିଲେ । ତେବେ ଜଣେ ଅଭିଭାବକ, ମୂଳ ବିଚାରକ ଓ ପରିବାର ସଦସ୍ୟ ଭାବରେ ଆମେ ତାଙ୍କୁ ଆଜି ହରାଇଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜେଟଲୀଜୀଙ୍କ ବିୟୋଗରେ ଦେଶର ଅପୂରଣୀୟ କ୍ଷତି ହୋଇଛି । ଆଜିର ଦୁଃଖଦ ଘଡ଼ିରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଧୈ÷ର୍ଯ୍ୟ ପ୍ରଦାନ କରିବା ସହ ଅମରଆତ୍ମାର ସଦ୍ଗତି କାମନା କରିଛନ୍ତି ।
Comments are closed, but trackbacks and pingbacks are open.