ପୁରୀ,(ବି.ବି.ବୁ୍ୟରୋ): ଚଳିତ ବର୍ଷର ଗ୍ଲୋରିକୁଇନ୍ ମୁକୁଟ ପିନ୍ଧିଛନ୍ତି ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ଆୟଶାକାଂକ୍ଷା । ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ହାଇଟେକ ମେଡିକାଲ କଲେଜର ଛାତ୍ରୀ ଆଦ୍ୟାଶା ଆଦିଶକ୍ତି ସାହୁ ଏବଂ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି ରାଉରକେଲା ସ୍ୱୟଂଶାସିତ କଲେଜର ଶିବାନୀ ଭଗଲ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ବିକାଶ ପାଇଁ ଉଦ୍ଧିଷ୍ଟ ଏହି ମଞ୍ଚରେ ରାଉରକେଲାର ଦୁଇ ଛାତ୍ରୀ ସଫଳତା ଅର୍ଜନ କରିଛନ୍ତି ।
ବେଳାଭୂମିରେ ଗ୍ଲୋରିଫେଷ୍ଟର ଉଦ୍ୟାପନୀ ସନ୍ଧ୍ୟା ଅନୁÂିତ ହୋଇଥିଲା । ଚିତ୍ତାକର୍ଷକ ସଙ୍ଗୀତରେ ଦର୍ଶକମାନେ ଝୁମିଥିଲେ । କଣ୍ଠଶିଳ୍ପୀ ସଲମାନ ଅଲ୍ଲୀ ଓ ରିୟା ଭ;ାଚାର୍ଯ୍ୟଙ୍କ ସୁମଧୁର ଗୀତରେ ଦର୍ଶକ ମୁଗ୍ଧ ହୋଇଥିଲେ । ଶତାଧିକ ଛାତ୍ରଛାତ୍ରୀ, ଦର୍ଶକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ।
କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ରାଜ୍ୟପାଳ ଶ୍ରୀମତୀ ମୁର୍ମୁ କହିଥିଲେ, ଏକ ଭାରତ ଶ୍ରେÂ ଭାରତ ଗଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ସମ୍ମିଳିତ କରି ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପ୍ରଶଂସନୀୟ । ପୂରା ଦେଶର ଛାତ୍ରଛାତ୍ରୀମାନେ ଲୁକ୍କାୟିତ ପ୍ରତିଭା ଓ ସଂସ୍କୃତିକୁ ନେଇ ଏଠାରେ କାର୍ଯ୍ୟକ୍ରମ ପରିବେଷଣ କରିବା କିଛି କମ୍ କଥା ନୁହେଁ । ଆମ ଦେଶ ଯୁବକମାନଙ୍କ ଦେଶ । ଦେଶର ଯୁବବର୍ଗ ୬୫ ଭାଗ । ଯେଉଁ ଦେଶରେ ଯୁବବର୍ଗ ଯେତେ ଶିକ୍ଷିତ, ସକ୍ରିୟ, ସଂସ୍କୃତିପ୍ରେମୀ ସେ ଦେଶ ସେତେ ଅଗ୍ରଣୀ । ସ୍ୱାମୀ ବିବେକାନନ୍ଦଙ୍କ ଆହ୍ୱାନ ସମସ୍ତେ ମାନି ଉଠି ଚାଲିବାକୁ ପଡ଼ିବ । ଦେଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ନିମନ୍ତେ ଯୁବବର୍ଗ ଦେଶର ସମସ୍ତ ଦାୟିତ୍ୱ ନିଜ କାନ୍ଧରେ ନେବାକୁ ପଡ଼ିବ । ଏ ଯୁଗ ଟେକନିକାଲ ଯୁଗ, କମ୍ପୁ୍ୟଟର ଓ ଇଣ୍ଟରନେଟର ଯୁଗ । ଏହାକୁ ନେଇ ଯୁବଶକ୍ତି ଆଗକୁ ବଢ଼ୁଛି । ସେଥିପାଇଁ ଏ ଦେଶ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୬ ରାଷ୍ଟ୍ର ମଧ୍ୟ ଅନ୍ୟତମ । ଭାରତ ଏକ ଅନନ୍ୟ ଦେଶ । ଏଠାରେ ବିଭିନ୍ନ ଧର୍ମ, ଜାତି, ବେଶପୋଷାକ, ସଂସ୍କୃତିର ଲୋକେ ରହୁଥିଲେ ହେଁ ଦେଶର ଏକତା, ଭ୍ରାତୃଭାବ ନେଇ ସମସ୍ତେ ଦେଶକୁ ଶ୍ରେÂ କରିବାରେ ଲାଗିଛନ୍ତି । ଭାରତ ଏକ ପଦ୍ମଫୁଲ ପରି । ଭାରତୀୟ ସଂସ୍କୃତି ଆମକୁ ସୂକ୍ଷ୍ମ ସୂତାଖିଅ ପରି ବାନ୍ଧି ରଖିଛି । ଶ୍ରୀଜଗନ୍ନାଥ ଧର୍ମ, ଜାତି, ବର୍ଣ୍ଣର ଉଦ୍ଧ୍ୱର୍ରେ ରହି ଭାରତୀୟ ସଂସ୍କୃତିକୁ ମହିମା ମଣ୍ଡିତ କରୁଛି । ଦାସିଆ ବାଉରୀ ଓ ସାଲବେଗର ପ୍ରିୟ ହୋଇ ମହାପ୍ରଭୁ ଏହି ଧର୍ମସ୍ଥାପନା କରିଛନ୍ତି । ଏଠାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆମ ଭାରତୀୟ ସଂସ୍କୃତି ଓ କଳାକୁ ଅଧିକ ଉଚ୍ଚରେ ପହଞ୍ଚାଇବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟଟନ, ସଂସ୍କୃତି ଓ କଳା କ୍ଷେତ୍ରକୁ ସୁଉଚ୍ଚରେ ପହଞ୍ଚାଇବ । ଏଭଳି କାର୍ଯ୍ୟକ୍ରମକୁ ଆଗକୁ ନେବା ନିମନ୍ତେ ଯଥା ସମ୍ଭବ ପ୍ରଚେଷ୍ଟା କରିବେ ।
ସମ୍ମାନିତ ଅତିଥି ଭାବେ ଓମ୍ ଅଏଲ ଆଣ୍ଡ ଫ୍ଲୋର ମିଲ୍ସ ଲିମିଟେଡର ଶରତ କୁମାର ସାହୁ, ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗଦେଇଥିଲେ । ଅନୁÂାନର ସଭାପତି କ୍ୟାପଟେନ ପ୍ରଭାକର ଶତପଥୀ, ଉତ୍ସବ କମିଟି ଅଧ୍ୟକ୍ଷ ତଥା ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ପ୍ରମୁଖ ଅଭିଭାଷଣ ରଖିଥିଲେ । ଶେଷରେ ନବକିଶୋର ଦାସ ଧନ୍ୟବାଦ ଦେଇଥିଲେ ।
Comments are closed, but trackbacks and pingbacks are open.