ଦେହରେ ଚୁମ୍ବକୀୟ ଶକ୍ତି ଲାଗି ରହୁଛି ଷ୍ଟିଲ୍ ସାମଗ୍ରୀ

Get real time updates directly on you device, subscribe now.

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ମଲିଆଣି ଗ୍ରାମରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । କୋଭିଡ୍ ଟିକା ନେବା ପରେ ମଣିଷ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଛି କି ବୋଲି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଲୋକଙ୍କ ଦେହରେ ଲାଗି ରହୁଛି ଷ୍ଟିଲ ସାମଗ୍ରୀ । କେବଳ ମଲିଆଣି ଗ୍ରାମରେ ନୁହେଁ । ଏଭଳି ଅନେକ ସ୍ଥାନରେ ଟିକା ନ ନେଇଥିବା ଲୋକମାନଙ୍କ କ୍ଷେତ୍ରରେ ସମାନ ଘଟଣା ଦେଖିବାକୁ ମିଳୁଛି । ଏଭଳି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଘଟଣାରୁ ପ୍ରକାଶ, ନୀଳଗିରି ବ୍ଲକ ଅଧୀନ ଜାମୁଡ଼ିହା ପଞ୍ଚାୟତ ମଲିଆଣି ଗ୍ରାମର ରାଜେନ୍ଦ୍ର ମହାପାତ୍ର ଜଣେ ଅଟୋ ଚାଳକ । ବୁଧବାର ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ ଦେହରେ ଷ୍ଟିଲ ସାମଗ୍ରୀ ଲାଗିବା ଘଟଣା ଦେଖି ତାଙ୍କର ଜଣେ ସମ୍ପର୍କୀୟ ରାଜେନ୍ଦ୍ରଙ୍କୁ ଜଣାଇଥିଲେ । ପରେ ରାଜେନ୍ଦ୍ର ଦେହରେ କିଛି ଷ୍ଟିଲ ସାମଗ୍ରୀ ଲଗାଇବା ପରେ ଦେଖିବାକୁ ମିଳିଥିଲା ଆଶ୍ଚର୍ଯ୍ୟଜନକ ଘଟଣା । ଷ୍ଟିଲ୍ ସାମଗ୍ରୀ ଗୁଡ଼ିକ ରାଜେନ୍ଦ୍ରଙ୍କ ଦେହରେ ଲାଗି ରହିଥିଲା । ଏହାପରେ ରାଜେନ୍ଦ୍ରଙ୍କ ଭଉଣୀ ସଂଯୁକ୍ତା, ସବିତାଙ୍କ ଦେହରେ ମଧ୍ୟ ଏଭଳି ଷ୍ଟିଲ ସାମଗ୍ରୀ ଲାଗିରହିଲା । ଚାମଚ, ଜିଭଛେଲା, ଚାବିକାଠି, କଏନ ଇତ୍ୟାଦି ସାମଗ୍ରୀ ଛାତି, ପିଠି, ହାତରେ ଲାଗି ରହିଲା । ମଣିଷ ଶରୀରରେ ଏଭଳି ଷ୍ଟିଲ୍ ସାମଗ୍ରୀ ଲାଗି ରହିବାର କାରଣ ଜଣା ପଡ଼ୁନାହିଁ । ଇତି ମଧ୍ୟରେ ରାଜେନ୍ଦ୍ରଙ୍କୁ କୋଭିଡ୍ ଟିକା ନେବାର ଦେଢ଼ ମାସ ବିତିଗଲାଣି । ତାଙ୍କ ଦେହରେ ଷ୍ଟିଲ୍ ସାମଗ୍ରୀ ଲାଗି ରହିବା ଟିକା ନେବାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନା ଆଉ କିଛି କାରଣ ପାଇଁ ଏଭଳି ହେଉଛି । ଏନେଇ ସନେ୍ଦହ ଉପୁଜିଛି । ରାଜେନ୍ଦ୍ରଙ୍କ ପରିବାରରେ ଏପରି ଘଟଣା ଘଟୁଥିବା ଚାରିଆଡେ଼ ପ୍ରଚାର ହୋଇଗଲା । ଏହା ଦେଖିବାକୁ ଲୋକଙ୍କ ସୁଅ ଛୁଟୁଛି । ରାଜେନ୍ଦ୍ରଙ୍କ ପରିବାର ବ୍ୟତିତ ଅନ୍ୟସ୍ଥାନରେ ମଧ୍ୟ ଏଭଳି ଘଟଣା ନଜରକୁ ଆସୁଛି । ସାମ୍ବାଦିକ ଭଗବାନ ମହଲଙ୍କ ଶରୀରରେ ମଧ୍ୟ ଷ୍ଟିଲ ସାମଗ୍ରୀ ଲାଗି ରହୁଥିବା ଦେଖିବାକୁ ମିଳିଛି । ସେହିପରି ସଜନାଗଡ଼ ଅଞ୍ଚଳର ସଞ୍ଜୟ ନାଏକ ଓରଫ ବୁନୁ କୋଭିଡ ଟିକା ନେଇ ନଥିଲେ ବି ତାଙ୍କ ଦେହରେ ମଧ୍ୟ ଚାମଚ, କଏନ ଆଦି ସାମଗ୍ରୀ ଲାଗି ରହୁଥିବା ଦେଖୁବାକୁ ମିଳିଛି । ପ୍ରଶ୍ନ ଉଠୁଛି,ଟିକା ନେବା ପରେ ଯଦି ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଛି ତେବେ ସଞ୍ଜୟ ଟିକା ନେଇ ନଥିଲେ ବି ତାଙ୍କ ସହିତ ଏପରି ଘଟଣା କାହିଁକି ଘଟୁଛି । ଏ ବାବଦରେ ନୀଳଗିରି ଉପଖଣ୍ଡ ଡାକ୍ତରଖାନାର ଏସ୍ଡିଏମଓ ଡା. ଅଜୟକୃଷ୍ଣ ସାମଲଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଏଥିପାଇଁ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି । ତେବେ ପ୍ରଶାସନ ପକ୍ଷରୁ ତଦନ୍ତ ଜରୁରି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons