ଦୈନିକ ହେବ ୧ ଲକ୍ଷ କରୋନା ପରୀକ୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ପରୀକ୍ଷା ବୁଧବାର ୩୨ ହଜାର ଟପିଥିବା ବେଳେ ଆଗକୁ ଏହା ୧ ଲକ୍ଷକୁ ଟପିବ । ଦୈନିକ ୧ ଲକ୍ଷ ପରୀକ୍ଷା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ଅଗଷ୍ଟ ୨୦ ତାରିଖ ସୁଦ୍ଧା ପରୀକ୍ଷା ୫୦ ହଜାର କରାଯିବ । ଭାରତୀୟ ଜୀବ ବିଜ୍ଞାନ ପ୍ରତିÂାନ (ଆଇଏଲ୍ଏସ)ର ନିଦେ୍ର୍ଧଶକ ଡାକ୍ତର ଅଜୟ ପରିଡ଼ା କହିଛନ୍ତି ।
ପରୀକ୍ଷା ବଢିବାକୁ ଥିବାରୁ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ପରିଡ଼ା । ସେ କହିଛନ୍ତି, ଆଗକୁ ଦୈନିକ ୫୦ ହଜାର କରୋନା ଟେଷ୍ଟିଂ ପାଇଁ ଲକ୍ଷ୍ୟ ରହିଛି । ତେଣୁ ସଂକ୍ରମିତଙ୍କ ସଂଖ୍ୟା ଅଗଷ୍ଟ ୩୧ ବେଳକୁ ୮୦ ହଜାର ଟପିଗଲେ ବି ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଅର୍ଥାତ ଏଇ ମାସରେ ୫୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବେ ।
ଆଣ୍ଟିଜେନ୍ କିଟ୍ ଏବେ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି । ତେଣୁ କିଟ୍ ମିଳିବାରେ କୌଣସି ସମସ୍ୟା ନାହିଁ । ଆଣ୍ଟିଜେନ୍ କିଟ୍ ମାଧ୍ୟମରେ ପରୀକ୍ଷାକୁ ୧ ଲକ୍ଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । କଣ୍ଟ୍ରାକ୍ଟ ଟ୍ରେସିଂକୁ ଆଗରୁ ଆହୁରି ସୁଦୃଢ କରାଯିବ । ରୋଗୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କଲେ ହିଁ ସଂକ୍ରମଣକୁ ରୋକା ଯାଇ ପାରିବ ।
ଏହାବାଦ୍ ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରେ ପରୀକ୍ଷାକୁ ଦ୍ୱିଗୁଣିତ କରାଯିବ । ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଅତିକମ୍ରେ ଦୈନିକ ୩ ହଜାର ପରୀକ୍ଷା କରାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି ।
ବୈଜ୍ଞାନିକ ଓ ଡାକ୍ତରମାନେ କହୁଛନ୍ତି ଯେ ଆଗତୁରା ଯେତେ କରୋନା ସଂକ୍ରମିତ ଚିହ୍ନଟ ହେବେ ଭବିଷ୍ୟତର ସଂକ୍ରମଣ ସେତେ କମିବ । ଅଧିକରୁ ଅଧିକ ସଂଖ୍ୟକ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ଫଳରେ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯିବା ସହ ମୃତୁ୍ୟସଂଖ୍ୟାକୁ ମଧ୍ୟ ନିୟନ୍ତ୍ରଣ କରାଯାଇ ପାରିବ ।
ଆରଏମ୍ଆରସି ନିଦେ୍ର୍ଧଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଖୋର୍ଦ୍ଧାରେ କରୋନା ଶିଖରରେ ରହିଛି । ତେବେ ଗଞ୍ଜାମରେ ସଂକ୍ରମଣ ଖସୁଥିବା ଭଲ ଲକ୍ଷଣ । ରାଜ୍ୟରେ ଏବେ କରୋନା ପରୀକ୍ଷା ବଢିଛି । ଖାଲି ଖୋର୍ଦ୍ଧା ନୁହେଁ, ଅଲଗା ଜିଲ୍ଲାରେ ମଧ୍ୟ ଶିଖରକୁ ଛୁଇଁବାର ଆଶଙ୍କା ରହିଛି । ଗଞ୍ଜାମରେ ସେରୋଲୋଜିକାଲ ସର୍ଭେ ତିନି ଦିନ ତଳେ ସରିଥିବା ବେଳେ ସରକାରଙ୍କୁ ଏହାର ରିପୋର୍ଟ ଦିଆ ସରିଛି । ଗଞ୍ଜାମରେ ସଂକ୍ରମଣ କମୁଥିବା ସର୍ଭେରୁ ଜଣାପଡିଛି ।
ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ସରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ସପ୍ତାହ ସର୍ଭେ ଆସନ୍ତା ସପ୍ତାହରୁ ଆରମ୍ଭ ହେବ । ଏହି ରିପୋର୍ଟରୁ ହିଁ ଜଣାପଡିବ, ଭୁବନେଶ୍ୱରରେ ଗୋÂୀ ସଂକ୍ରମଣ ହେଲାଣି ନା ନାହିଁ । ଏବେ କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ସର୍ଭେ ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons