
ଜୟପୁର,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ଅନଲାଇନରେ ଅର୍ଡର ପରେ ଘରକୁ ଯୋଗାଇ ଦିଆଯିବ ମଦ । ସରକାରଙ୍କ ଏଭଳି ନିଦେ୍ର୍ଧଶ ପରେ ଆଜିଠାରୁ କୋରାପୁଟ ଜିଲ୍ଲାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିବା କୁହାଯାଉଛି । ହେଲେ ଏଥିରେ ଦେଖିବାକୁ ମିଳିଛି ତୀବ୍ର ବ୍ୟତିକ୍ରମ । ଦୋକାନରୁ ହିଁ ଲୋକେ ମଦ କିଣି ନେଉଥିବା ଦେଖିବାକୁ ମିଳିଥିଲା । ମଦ ବିକ୍ରି ଆରମ୍ଭ ହେଉ ହେଉ ଦୋକାନ ଆଗରେ ଗହଳି ଜମି ଯାଇଥିଲା । ନିୟମ ତା ବାଟରେ, ବେପାର ଥିଲା ନିଜ ବାଟରେ । ଏମିତିକି ମଧ୍ୟାହ୍ନ ୧୨ଟାରେ ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ନିଦେ୍ର୍ଧଶ ଥିଲେ ବି ମଦ ବ୍ୟବସାୟୀଙ୍କ କ୍ଷେତ୍ରରେ ତାହା ବି କାଟୁ କରିନଥିଲା । ମଧ୍ୟାହ୍ନ ୧୨ଟା ପରେ ବି ଖୁଲମଖୁଲା ଚାଲିଥିଲା ମଦ ବେପାର । ଧାର୍ଯ୍ୟଦରରୁ ଅଧିକରେ ବିକ୍ରି ହେଉଥିଲେ ମଧ୍ୟ କାହାର ଖାତିର ନଥିଲା । ଲୋକେ ପେଟି ପେଟି ମଦ ବୋହି ନେଉଥିଲେ । ସହରର ବିଭିନ୍ନ ମଦ ଦୋକାନରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।
କରୋନା କଟକଣା ଆରମ୍ଭ ହେବା ପରେ ମଦ ଦୋକାନକୁ ଖୋଲିବାକୁ ଅନୁମତି ଦେଇନଥିଲେ ସରକାର । ନୂତନ ଭାବେ ଲାଇସେନ୍ସ ନେଇ ଦୋକାନ ଖୋଲିବା ପୂର୍ବରୁ ସରକାର ପ୍ରତିବନ୍ଧକ ଲଗାଇଥିଲେ । ଏହା ପରେ ଆଜିଠାରୁ ସରକାର ଘରକୁ ନେଇ ମଦ ଡେଲିଭରୀ ଦେବାକୁ ନିଦେ୍ର୍ଧଶ ଦେଲେ । ଏଥିପାଇଁ ପୂର୍ବରୁ ହ୍ୱାଟ୍ସଅପ୍ ନମ୍ବରରେ ଅର୍ଡର କରିବାକୁ କୁହାଯାଇଥିଲା । ଅନୁମତି ମିଳୁମିଳୁ ଆରମ୍ଭ ହୋଇଯାଇଥିବା ବେପାର । ଦୋକାନକୁ ଯେଉଁମାନେ ଆସିଲେ, ସେମାନଙ୍କୁ ଚଢାଦରରେ ବିକ୍ରି କରିବା ଆରମ୍ଭ କରିଦେଲେ ବ୍ୟବସାୟୀ । ଦୋକାନରେ ମଦ ବିକ୍ରି ହେଉଥିବା ଜାଣିବା ପରେ ଗହଳି ଆରମ୍ଭ ହୋଇଯାଇଥିଲା । ପ୍ରଶାସନ ପକ୍ଷରୁ ଏଭଳି ମଦ ଦୋକାନ ଉପରେ ଚଢଉ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନ ଲାଗି ଦାବି ହୋଇଛି ।


Comments are closed, but trackbacks and pingbacks are open.