ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

Get real time updates directly on you device, subscribe now.

ନୟାଗଡ : ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଦୋକାନ ଘରେ ପିଟିହୋଇଥିଲା ଆମ୍ବୁଲାନ୍ସ । ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons