ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାରରେ ଥିବା ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାଁ ବିଶ୍ୱରଞ୍ଜନ ସାହୁ । ତାଙ୍କ ଘର ବେଗୁନିଆ ବ୍ଲକର ଡାଳତୋଳାରେ ବୋଲି ଜଣାପଡିଛି । ବିଶ୍ୱରଞ୍ଜନ ସାତ ବର୍ଷ ହେବ ଭିଣୋଇଙ୍କ ଦୋକାନରେ କାମ କରୁଥିଲେ । ମଙ୍ଗଳବାର ସେ ଦୋକାନରେ ଶୋଇଥିଲେ । ତେବେ ଆଜି (ବୁଧବାର) ସକାଳେ ସେ ଦୋକାନ ଖୋଲିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ବିଶ୍ୱରଞ୍ଜନଙ୍କ ଭିଣୋଇ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡେ଼ଇ ତାଙ୍କୁ ଡାକିଥିଲେ । ହେଲେ ସେ ଶୁଣି ନଥିଲେ । ତାପରେ ସେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନ କବାଟ ଭାଙ୍ଗି ବିଶ୍ୱରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବିଶ୍ୱରଞ୍ଜନ ମୃତୁ୍ୟ କାରଣ ଅସ୍ପଷ୍ଟ ରହିଛି ଓ ପୋଲିସ ଘଟଣାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.