ପୁରୁଣାକଟକ,(ବି.ବି.ନୁ୍ୟଜ୍): ବୋ÷ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଏନ୍ଏଚ୍ର ହରେକୃଷ୍ଣପୁର ଶିବ ମନ୍ଦିର ଛକ ନିକଟରେ ଆଜି ସକାଳେ ଏକ ବାଇକ୍ ଭାରସାମ୍ୟ ହରାଇ ଜଳଖିଆ ଦୋକାନ ଭିତରେ ପଶି ଯାଇଥିଲା । ଏଥିରେ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଯୁବକ ଜଣକ ଶିବ ସ୍ୱାଇଁ(୨୨) । ଅନ୍ୟ ୨ ଜଣ ଗୁରୁତର କାଉରୀ ସ୍ୱାଇଁ(୩୦) ଓ ପ୍ରକାଶ ଖଟେଇ(୪୦)ଙ୍କୁ ବୌଦ୍ଧ ଦମକଳ ବାହିନୀ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲା । ପରେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଉକ୍ତ ଜାତୀୟ ରାଜପଥ ଦେଇ ନୟାଗଡ଼ ଜିଲ୍ଲା ସୋଲପଟା ଅଞ୍ଚଳରୁ ୩ ଜଣ ଯୁବକ ଏକ ବାଇକ୍(ଓଆର୍୨୫ବି୭୩୫୭)ରେ ବୌଦ୍ଧ ପଟୁ ଚାରିଛକ ଆଡ଼କୁ ଯାଉଥିଲେ । ଏହି ସମୟରେ ବାଇକ୍ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଉକ୍ତ ଛକର ବାମ ପାଶ୍ୱର୍ରେ ଥିବା ଜଳଖିଆ ଦୋକାନ ଭିତରେ ପଶି ଯାଇଥିଲା । ଖବରପାଇ ବୌଦ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


Comments are closed, but trackbacks and pingbacks are open.