ଦ୍ରୁତ ଶିଳ୍ପାୟନ ଯୋଗୁଁ ଜଙ୍ଗଲ ହ୍ରାସ: ଜନପଦ ମୁହାଁ ହାତୀପଲ

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ସଂପ୍ରତି ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ଯୋଗୁଁ ବିସ୍ତୀର୍ଣ୍ଣ ଜଙ୍ଗଲ ହ୍ରାସ ପାଇବାରେ ଲାଗିଛି । ଫଳରେ ବନ୍ୟ ଜୀବଜନ୍ତୁଙ୍କ ରହିବା ଓ ଖାଇବା ପିଇବାରେ ବିପଦ ସୃଷ୍ଟି ହୋଇଛି । ଜଙ୍ଗଲକୁ ପଦା କରି ମଣିଷ ନିଜର ବାସସ୍ଥାନ କରୁଥିବା ବେଳେ ବଣୁଆ ଜୀବ ବାଧ୍ୟ ହୋଇ ଜନପଦ ଆଡ଼କୁ ମୁହାଁଇଛନ୍ତି । ବିଶେଷ ଭାବେ ବିଶାଳ ଓ ଶ୍ରେÂ ବଣୁଆ ଜୀବ ଭାବେ ପରିଚିତ ହାତୀଙ୍କ ପାଇଁ ଏବେ ସୃଷ୍ଟି ହୋଇଛି ମହାବିପଦ । ଦ୍ରୁତ ଜଙ୍ଗଲ କ୍ଷୟ ଏବଂ ଆବଶ୍ୟକ ଖାଦ୍ୟାଭାବରୁ ହାତୀପଲ ଏଣିକି ଜଙ୍ଗଲ ଛାଡ଼ି ଗାଁ ଏମିତିକି ସହର ମୁହାଁ ହେଉଛନ୍ତି । ଆଉ ଉଭୟ ମଣିଷ ଏବଂ ହାତୀ ମଧ୍ୟରେ ଚାଲିଛି ଳଢେ଼ଇ । ଏହି ଲଢେ଼ଇରେ କେତେବେଳେ ମଣିଷ ତ ଆଉ କେତେବେଳେ ହାତୀର ମୃତୁ୍ୟ ଘଟୁଛି । ତେବେ ବନ ବିଭାଗର ରିପୋର୍ଟ ଅନୁସାରେ ରାଉରକେଲା, ସୁନ୍ଦରଗଡ଼ରେ ହାତୀଙ୍କ ସଂଖ୍ୟା କମୁଥିବା ବେଳେ ବଣାଇଁ ଉପଖଣ୍ଡରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଜଙ୍ଗଲ ଓ ବଣପାହାଡ଼ ଘେରା ସୁନ୍ଦରଗଡ଼ ଜିଲ୍ଲାରେ ବିଗତ ୮ ବର୍ଷ ମଧ୍ୟରେ ବହୁ ଲୋକଙ୍କ ଜୀବନ ହାନୀ ଘଟିଛି । ସରକାରୀ ରିପୋର୍ଟ ମୁତାବକ ଏହା ୧୧୦ ହୋଇଥିବା ବେଳେ ପ୍ରାୟ ୬୦ରୁ ଅଧିକ ଆହତ ହୋଇଛନ୍ତି । ସେହିଭଳି ପ୍ରାୟ ଅଢେ଼ଇ ହଜାର ଲୋକଙ୍କ ଘର ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା ବେଳେ ପ୍ରାୟ ୯ ହଜାର ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି । ଏହାଛଡ଼ା କେତେକ ଅସାଧୁ ଶିକାରି ଏବଂ ଦୁର୍ଘଟଣାର ଶିକାର ହୋଇଛନ୍ତି ଅନେକ ହାତୀ । ୨୦୧୨-୧୩ ବର୍ଷରେ ଜିଲ୍ଲାରେ ୩୫ଟି ହାତୀଙ୍କ ମୃତୁ୍ୟ ହୋଇଛି । ବନ ବିଭାଗ ରିପୋର୍ଟ ମୁତାବକ ସୁନ୍ଦରଗଡ଼, ରାଉରକେଲା ଏବଂ ବଣାଇଁ ବନଖଣ୍ଡରେ ୨୦୧୭ ମଧ୍ୟରେ ୧୭୨ଟି ହାତୀ ଥିଲେ । ତନ୍ମଧ୍ୟରୁ ସୁନ୍ଦରଗଡ଼ ବନଖଣ୍ଡରେ ହାତୀ ସଂଖ୍ୟା ୬୦ ରହିଥିବା ବେଳେ ଏବେ ତାହା ୧୩କୁ ଖସି ଆସିଛି । ସେହିପରି ରାଉରକେଲା ବନଖଣ୍ଡରେ ୬୯ ହାତୀ ରହିଥିଲା ବେଳେ ଏବେ ତାହା ୨୦ରେ ଯାଇ ପହଞ୍ଚିଛି । କିନ୍ତୁ ବଣାଇଁ ବନଖଣ୍ଡରେ ହାତୀ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି । ୨୦୧୭-୧୮ରେ ଏଠାରେ ୪୩ ଥିବା ବେଳେ ଏବେ ଏହା ୬୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି । କେବଳ ହେମଗିର ବନାଞ୍ଚଳରେ ବିଗତ ୮ ବର୍ଷ ମଧ୍ୟରେ ୨ଟି ଛୁଆ ହାତୀ ସହ ମୋଟ ୬ଟି ହାତୀଙ୍କ ମୃତୁ୍ୟ ଘଟିଛି । ତନ୍ମଧ୍ୟରୁ ବିଗତ ୨୦୧୨ ବର୍ଷରେ ବିଶ୍ୱନାଥପୁର ଗାଁରେ ବିଦୁ୍ୟତ ଆଘାତରେ ଏକ ଦନ୍ତା ହାତୀର ମୃତୁ୍ୟ ହୋଇଥିଲା ବେଳେ ୨୦୧୩ରେ ସୁଖାବନ୍ଧ ନିକଟରେ ଦୁଇଟି ଦନ୍ତା ହାତୀଙ୍କ ଲଢେ଼ଇରେ ଜଣକର ମୃତୁ୍ୟ ହୋଇଥିଲା ।
୨୦୧୪ରେ କୁଲଜୋର ଠାରେ ଏକ ଅସୁସ୍ଥ ମାଈ ହାତୀର ମୃତୁ୍ୟ ହୋଇଥିବା ସ୍ଥଳେ ୨୦୧୭ରେ ରମ୍ପିଆ ନିକଟରେ ଟ୍ରେନ୍ ଧକ୍କାରେ ଏକ ମାଈ ହାତୀର ଶୋଚନୀୟ ମୃତୁ୍ୟ ଘଟିଥିଲା । ସେହିଭଳି ୨୦୧୮ରେ ସୁଖାବନ୍ଧ ଜଙ୍ଗଲରେ ଏକ ନବଜାତକର ମୃତୁ୍ୟ ହୋଇଥିବା ପ୍ରକାଶ । ଅପରପକ୍ଷରେ ୨୦୧୮ରେ ଗୋପାଲପୁର ରେଞ୍ଜର ପତ୍ରାପାଲି ଗାଁର ଜଣେ ବୃଦ୍ଧଙ୍କ ହାତୀ ଆକ୍ରମଣରେ ମୃତୁ୍ୟ ହୋଇଥିବା ବେଳେ ଗତ ମାସରେ କୋଡ଼ବାହାଲ ଗାଁର ଜଣେ ବୃଦ୍ଧାଙ୍କ ମୃତୁ୍ୟ ଘଟିଥିଲା । ପ୍ରକାଶ ଯୋଗ୍ୟ ଯେ, ବିଶାଳ ହେମଗିର ଜଙ୍ଗଲ କ୍ରମଶଃ ବିସ୍ତୀର୍ଣ୍ଣ କୋଇଲା ଉତ୍ତୋଳନ ଯୋଗୁଁ ଦ୍ରୁତ ହ୍ରାସ ପାଇବାରେ ଲାଗିଛି । ବହୁ କମ୍ପାନୀ କୋଇଲା ଖଣି ଖନନ ଆରମ୍ଭ କରିବା ଯୋଗୁଁ ଜଙ୍ଗଲ ଧୀରେ ଧୀରେ ନଷ୍ଟ ହୋଇ ଚାଲିଛି । ଏହା ସହିତ ଛୋଟବଡ଼ ସଂଖ୍ୟାଧିକ ଶିଳ୍ପାନୁÂାନ ମଧ୍ୟ ଏଠାରେ ଗଢ଼ି ଉଠିଛି । ରାସ୍ତାଘାଟ, ରେଳ ଲାଇନ୍ ସମେତ ଟାଉନସିପ୍ ପ୍ରତିÂା ବୃଦ୍ଧି ପାଇ ଚାଲିଛି । ଜଙ୍ଗଲ ପଦା ହୋଇ ଜନପଦ ସୃଷ୍ଟି ହୋଇଛି । ଫଳରେ ଏହି ମହାକାୟ ଜୀବମାନେ ସ୍ୱଳ୍ପ ପରିମିତ ଜଙ୍ଗଲକୁ ଆଉ ସୁରକ୍ଷା ମଣୁ ନାହାନ୍ତି । ସେମାନେ ବାଧ୍ୟ ହୋଇ ଜନପଦ ମୁହାଁ ହେବାରେ ଲାଗିଛନ୍ତି । ହେଲେ ବନ ବିଭାଗ ଏହି ହାତୀମାନଙ୍କ ଥଇଥାନ ପାଇଁ ଏଠାରେ ସେଭଳି କୌଣସି ବିକଳ୍ପ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ କେବଳ ହାତୀକୁ ଜଙ୍ଗଲ ଭିତରକୁ ଘଉଡାଇବା ଏବଂ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବାରେ ସୀମିତ ରହିଛି । ଯଦ୍ୱାରା ହାତୀଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ଦେଖା ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons