ଦ୍ୱିତୀୟ ଅନଫିସିଆଲ୍ ଟେଷ୍ଟ:ଭାରତ ଏ’ ୭ ୱିକେଟ୍ରେ ବିଜୟୀ

Get real time updates directly on you device, subscribe now.

ପୋର୍ଟ ଅଫ ସ୍ପେନ୍: ଘରୋଇ ୱେଷ୍ଟ ଇଣ୍ଡିଜ୍ ଏ’ ଓ ଭାରତ ଏ’ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅନଫିସିଆଲ୍ ଟେଷ୍ଟରେ ଭାରତ ଏ’ ଆଧିପତ୍ୟ ଜାରି ରଖି ୭ ୱିକେଟ୍ରେ ବିଜୟ ହାସଲ କରିଛି । ୱେଷ୍ଟ ଇଣ୍ଡିଜ୍ ଏ’ର ପ୍ରଥମ ଇନିଂସ ୩୧୮ ରନ୍ ଜବାବରେ ଭାରତ ଏ’ ପ୍ରଥମ ଇନିଂସରେ ୧୯୦ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ୧୨୮ରନ୍ରେ ପ୍ରଥମ ଇନିଂସ ଆଗୁଆ ଥାଇ ୱେଷ୍ଟ ଇଣ୍ଡିଜ୍ ଏ’ ଦ୍ୱିତୀୟ ଇନିଂସରେ ୧୪୯ ରନ୍ କରି ଅଲ୍ ଆଉଟ୍ ହେବା ସହ ମୋଟ୍ ୨୭୭ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ୨୭୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ଏ’ ଦ୍ୱିତୀୟ ଇନିଂସରେ ୩ ୱିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା ।
ଚତୁର୍ଥ ଦିବସରେ ଭାରତ ଏ’ ଅସମାପ୍ତ ଦ୍ୱିତୀୟ ଇନିଂସ ୩/୧୮୫ ରନ୍ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ପ୍ରିୟାଙ୍କ ପଞ୍ଚଲ ଓ ଅନମୋଲପ୍ରୀତ ସିଂହ ଦୃଢ ବ୍ୟାଟିଂ ଜାରି ରଖି ଦଳକୁ ବିଜୟୀ କରାଇଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପଞ୍ଚଲ ୯ଟି ଚୌକା ଓ ଗୋଟିଏ ଛକା ବଳରେ ୬୮ ରନ୍ କରିଥିଲେ । ସେହିପରି ଅନମୋଲପ୍ରୀତ ୮ଟି ଚୌକା ବଳରେ ୫୧ ରନ୍ କରିଥିଲେ ।
ଏହି ବିଜୟ ସହ ଭାରତ ଏ’ ପ୍ରଥମ ଦୁଇଟି ଅନଫିସିଆଲ୍ ଟେଷ୍ଟ ଜିତି ସିରିଜ୍ କବ୍ଜା କରିଛି । ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଦଳ ୬ ୱିକେଟ୍ରେ ବିଜୟ ହାସଲ କରିଥିଲା । ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍ ୬ ତାରିଖରୁ ଆରମ୍ଭ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons