ଦ୍ୱିତୀୟ ଆସେସ୍ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ:ଲିଚ୍ଙ୍କୁ ଡାକରା, ଅଲ୍ଲି ବାଦ୍ ପଡ଼ିଲେ

Get real time updates directly on you device, subscribe now.

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ୧୪ ତାରିଖରୁ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆରମ୍ଭ ହେବ ଦ୍ୱିତୀୟ ଆସେସ୍ ଟେଷ୍ଟ । ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ଼ (ଇସିବି) ଆଜି ୧୨ଜଣିଆ ଇଂଲଣ୍ଡ ଦଳ ଘୋଷଣା କରିଛି । ଖରାପ ଫର୍ମରେ ଥିବା ଭେଟେରାନ ସ୍ପିନର ମୋଇନ୍ ଅଲ୍ଲିଙ୍କୁ ଦଳକୁ ବାଦ୍ ଦିଆଯାଇ ଥିବାବେଳେ ଯୁବ ସ୍ପିନର ଜାକ୍ ଲିଚ୍ଙ୍କୁ ସ୍ଥାନ ଡାକରା ମିଳିଛି । ଚଳିତ ଆସେସ୍ ସିରିଜ୍ରେ ଇଂଲଣ୍ଡ ୦-୧ରେ (୫ମ୍ୟାଚ୍ ସିରିଜ୍) ପଛୁଆ ଥିବାବେଳେ ଚାପରେ ରହିଛି । ପ୍ରଥମ ଟେଷ୍ଟରେ ଦଳ ଅଷ୍ଟ୍ରେଲିଆ ଠାରୁ ୨୫୧ ରନ୍ରେ ପରାଜିତ ହୋଇଥିଲା ।
ଚଳିତ ସିରିଜ୍ରେ ଆହତ ସମସ୍ୟା ଇଂଲଣ୍ଡର ମୁଖ୍ୟ ସମସ୍ୟା ପାଲଟିଛି । ପ୍ରମୁଖ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ସମେତ ଓଲି ଷ୍ଟୋନ୍ ଆହତ ସମସ୍ୟା କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଥିଲେ । ଗୋଟିଏ ପଟେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଓ ଅନ୍ୟପଟେ ଆହତ ସମସ୍ୟା ଇଂଲଣ୍ଡ ଦଳକୁ ଚିନ୍ତାରେ ପକାଇଛି । ଲର୍ଡ୍ସରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଖରାପ ଫର୍ମରେ ଥିବା ଅଲ୍ଲିଙ୍କୁ ବାଦ୍ ଦେଇ ଲିଚ୍ଙ୍କୁ ସାମିଲ କରିଛି । ଅଲ୍ଲି ପ୍ରଥମ ଟେଷ୍ଟରେ ୩ଟି ୱିକେଟ୍ ନେଇଥିଲେ । ପ୍ରଥମ ଟେଷ୍ଟରେ ଶତପ୍ରତିଶତ ଫିଟ୍ ନଥିବା କାରଣରୁ ବାଦ୍ ପଡ଼ିଥିôବା ଯୁବ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ପଦାର୍ପଣ ସୁଯୋଗ ମିଳିବା ସମ୍ଭାବନା ରହିଛି । ସେ ସସେକ୍ସ ଦ୍ୱିତୀୟ ଏକାଦଶ ପକ୍ଷରୁ ୩ଦିନିଆ ମ୍ୟାଚ୍ ଖେଳି ୭ ୱିକେଟ୍ ସହ ଶତକୀୟ ଇନିଂସ୍ ଖେଳି ନିଜକୁ ପ୍ରମାଣିତ କରିଥିଲେ । ସେହିପରି ଆଣ୍ଡରସନ୍ଙ୍କ ସ୍ଥାନରେ ସାମ କୁରାନ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ।
ଇଂଲଣ୍ଡ ଦଳ: ଜୋ ରୁଟ୍ (ଅଧିନାୟକ), ଜୋଫ୍ରା ଆର୍ଚର, ଜନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍, ରୋରି ବର୍ଣ୍ଣସ, ଜୋସ ବ;ଲର, ସାମ କୁରାନ, ଜୋ ଡେନଲୀ, ଜାକ୍ ଲିଚ୍, ଜାସନ ରୟ, ବେନ୍ ଷ୍ଟୋକ୍ସ, କ୍ରିସ୍ ୱକ୍ସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons