ଧର୍ମେନ୍ଦ୍ର-ଆର୍ସେଲର ମିତ୍ତଲ ମୁଖ୍ୟଙ୍କ ଆଲୋଚନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲଙ୍କ ଏକ ବୈଠକ ଅନୁÂିତ ହୋଇଯାଇଛି । ବୈଠକରେ ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି । ବିଶେଷ ଭାବରେ ଓଡ଼ିଶାକୁ ଇସ୍ପାତର ପେଣ୍ଠସ୍ଥଳିରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କ’ଣ ରହିବ ସେ ନେଇ ବୈଠକରେ ଚର୍ଚ୍ଚା କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।
ବୈଠକରେ ଅଗ୍ରଣୀ ଇସ୍ପାତ ଉତ୍ପାଦନ କମ୍ପାନୀ ଆର୍ସେଲର ମିତ୍ତଲର ମୁଖ୍ୟଙ୍କ ସହ ଶ୍ରୀ ପ୍ରଧାନ ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ, ଦକ୍ଷତାସମ୍ପନ୍ନ ଏବଂ ବୈଶ୍ୱିକ ପ୍ରତିଯୋଗିତାମୂଳକ କରିହେବ ସେନେଇ ଆଲୋଚନା ହୋଇଥିଲା । ବିଶେଷକରି ଏସବୁ କ୍ଷେତ୍ରରେ ନୂତନ ଉଦ୍ଭାବନ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବା ସହ ଆତ୍ମନିର୍ଭର ଯାତ୍ରାରେ ଆର୍ସେଲର ମିତ୍ତଲର ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।
୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ କେବଳ ଓଡ଼ିଶାରେ ୧୦୦ ମିଲିଟନ ଟନ୍ ଇସ୍ପାତ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଖଣି ଓ ଇସ୍ପାତ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଏବଂ ଆତ୍ମନିର୍ଭର ଭାରତରେ ଓଡ଼ିଶାରେ ଥିବା ଧାତୁ ଏବଂ ଖଣି କ୍ଷେତ୍ରର ଭୂମିକା କ’ଣ ରହିବ ତଥା ଆତ୍ମନିର୍ଭର ଭାରତରେ ଓଡ଼ିଶାର ଏହି କ୍ଷେତ୍ରର ବ୍ୟାପକ ଯୋଗଦାନ କ’ଣ ରହିବ ସେ ବିଷୟରେ ଚର୍ଚ୍ଚା ହୋଇଥିଲା ।
ଆଲୋଚନା କାଳରେ ଉଭୟ ଘରୋଇ ଇସ୍ପାତ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ଉନ୍ନତ ମାନର ଟେକ୍ନୋଲୋଜି ଏବଂ ଇସ୍ପାତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ସହ ଘରୋଇ ଇସ୍ପାତକୁ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପ୍ରଧାନ ।
ବିଶ୍ୱର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ ଏହି କମ୍ପାନୀ ଭାରତରେ ସଂପ୍ରସାରଣ କରିବା ପାଇଁ ଇଚ୍ଛୁକ ରଖିଛି । କମ୍ପାନୀର ସଂପ୍ରସାରଣ ପାଇଁ ସମସ୍ତ ପ୍ରକାର ସହଯୋଗ ଓ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons