ଧାନବସ୍ତା ପଡ଼ି ମା’ ଝିଅ ମୃତ

Get real time updates directly on you device, subscribe now.

ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ହୋବାସାହି ଗ୍ରାମରେ ଧାନବସ୍ତା ପଡ଼ିଥିବାରୁ ଜଣେ ମହିଳା ଓ ତାଙ୍କ ଝିଅର ମୃତୁ୍ୟ ଘଟିଛି । ମହିଳାଙ୍କ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ହେଲେ ସସ୍ମିତା ଭୋି (୩୫) ଓ ତାଙ୍କ ଝିଅ ସ୍ୱର୍ଣ୍ଣଲତା ଭୋି (୧୨) । ଆହତ ପୂର୍ଣ୍ଣଚନ୍ଦ୍ରଙ୍କର ଗୋଡ଼ ଭାଙ୍ଗି ଯାଇଛି । ଗୁରୁବାର ରାତି ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଥିଲା । ସେତେବେଳେ ଏହି ତିନି ଜଣ ଶୋଇଥିଲେ । ଘର ଭିତରେ ଥାକ ମାରି ରଖାଯାଇଥିବା ଧାନ ବସ୍ତାଗୁଡିକ ସେମାନଙ୍କ ଉପରେ ଖସି ପଡିଥିଲା । ସେମାନେ ଶୋଇଥିବା ଘରେ ପ୍ରାୟ ୪୦ରୁ ଅଧିକ ଧାନ ବସ୍ତା ଥାକ ମାରି ରଖାଯାଇଥିଲା । ବସ୍ତାଗୁଡିକ ପଡ଼ିବା ପରେ ଚିକ୍ରାର ଶୁଣାଯାଇଥିଲା । ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ତେବେ ସେଠାରେ ସସ୍ମିତା ଓ ସ୍ୱର୍ଣ୍ଣଲତାଙ୍କ ମୃତୁ୍ୟ ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons