ଧାନ ଉଠାଉନାହାନ୍ତି ମିଲର୍, ଚାଷୀଙ୍କୁ ମିଳୁନି ଟଙ୍କା

Get real time updates directly on you device, subscribe now.

ଜୟପୁର: କୁନ୍ଦୁରା ବ୍ଲକ ଖଟଲାପଦର ମଣ୍ଡିରୁ ଧାନ କିଣାଯାଇଥିଲେ ବି ଉଠାଯାଉନି । ମିଲର ଟ୍ରକ ପଠାଉ ନଥିବାରୁ ଧାନ ଉଠାଯାଇପାରୁନଥିବା କ୍ରୟକାରୀ ସଂସ୍ଥା ପକ୍ଷରୁ ସଫେଇ ଦିଆଯାଉଛି । ଫଳରେ ଧାନ ବିକୁଥିବା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି ବୋଲି ଅଭିଯୋଗ କରିଛନ୍ତି ଖଟଲାପଦର ଅଞ୍ଚଳର ଚାଷୀ । ଆଜି ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦୀପ କୁମାର ପଣ୍ଡାଙ୍କୁ ଅଭିଯୋଗ କରିବାକୁ ଆସିଥିଲେ । ଯୋଗାଣ ଅଧିକାରୀ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଅଭିଯୋଗ କରିନପାରି ନିରାଶ ହୋଇ ଫେରିଥିଲେ ।
ଚାଷୀମାନେ କହିଛନ୍ତି, ଟୋକନ ଆସିବା ପରେ ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣିଥିଲେ । ଆଖି ସ୍କାନିଂ କରାଯାଇ ଧାନ କିଣାଯାଇଥିଲା । ଏଥିରେ କୌଣସି ସମସ୍ୟା ହୋଇନି । କିନ୍ତୁ ବିକା ହୋଇଥିବା ଧାନକୁ ମିଲର୍ ମଣ୍ଡିରୁ ଉଠାଇ ନାହାନ୍ତି । ମିଲର ଧାନ ଉଠାଇନଥିବାରୁ ସ୍କାନ କରାଯାଇନି । ଏଥିଯୋଗୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି । ଧାନ କିଣାଯାଇ ଥିଲେ ବି ଏବେ ବି ମଣ୍ଡିରେ ପଡିରହିଛି । କ୍ରୟକାରୀ ସଂସ୍ଥା କହୁଛି, ଧାନ ଉଠାଯିବା ପରେ ସ୍କାନିଂ ହେବ । ଏହାପରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିିବ । ଧାନ ଉଠାଇବାକୁ ମିଲରଙ୍କୁ କୁହାଯାଇଛି । ଅଳ୍ପଦିନ ମଧ୍ୟରେ ଧାନ ଉଠାଯିବ । ଏଭଳି ପ୍ରତିଶ୍ରୁତି ମିଳିବାର ସପ୍ତାହେରୁ ଅଧିକ ଦିନ ବିତିଯାଇଛି । କୌଣସି ପଦକ୍ଷେପ ନିଆଯାଇନି । ଫଳରେ ଚାଷୀମାନେ ଟଙ୍କା ନପାଇ ନାନା ହଇରାଣ ହେଉଛନ୍ତି । ତୁରନ୍ତ ଏହାର ସମାଧାନ କରାଯାଉ । ଧାନ ଉଠାଇବାକୁ ମିଲର୍ସଙ୍କୁ ନିଦେ୍ର୍ଧଶ ଦିଆଯାଉ । କାରଣ ଧାନ ବିକିବା ଟଙ୍କା ମିଳିଲେ ଖରିଫ ଚାଷ କରିବେ ଓ କରଜ ସୁଝିବେ ।

ରିପୋର୍ଟ : ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons