ଧାନ ପାଇଁ କମ୍ପିଲା ବିଧାସଭା ଗୃହ

Get real time updates directly on you device, subscribe now.

ଭୁବନେଶ୍ୱର : ବିଧାନସଭାରେ ଥମୁନି ଧାନ ତାତି । ଅପରାହ୍ନ ୪ଟା ପର୍ୟ୍ୟନ୍ତ ଗୃହ ମୁଲତବୀ । ଧାନ କିଣାରେ ଅନିମିତତାକୁ ନେଇ ଗୃହରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଓ ନାରାବାଜି । ଯାହାଫଳରେ ଗୃହକୁ ଅପରାହ୍ନ ୪ଟା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ।
ଖବର ଅନୁଯାୟୀ, ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ କାର୍ୟ୍ୟଦିବସ ଆରମ୍ଭ ହୋଇଛି । ମୁଖ୍ୟତଃ ଚାଷୀଙ୍କ ପ୍ରସଙ୍ଗରେ ଗୃହ ପ୍ରଥମ ଦିନରେ ସରଗରମ ରହିଛି । ଆଜି ୨ୟ ପର୍ୟ୍ୟାୟର ପ୍ରଥମ ଦିନ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ଚାଷୀଙ୍କ ସମସ୍ୟା, ଧାମ କିଣାରେ ଅନିୟମିତତା ନେଇ ହୋହାଲ୍ଲା ଓ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ ବିରୋଧୀ ସଦସ୍ୟ । ଯାହାଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ତେବେ ମୁଲତବୀ ପରେ ପୁଣି ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଏତର ବି ସମାନ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ହୋହାଲ୍ଲା କରିଥିଲେ । ଏପରିକି ନିଜ ସିଟ୍‌ରୁ ଉଠି ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ଶେଷରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons