ଧାନ ମଣ୍ଡିରେ ଅବ୍ୟବସ୍ଥା ସୁଧାରିବାକୁ ବିଜେପିର ଦାବି

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ରବି ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ସୁଧାରିବାକୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରାଯାଇଛି । ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଅରୁଣ ପୂଜାରୀଙ୍କ ନେତୃତ୍ୱରେ ବିଜେପି ନେତା ସୁରେନ୍ଦ୍ର ବିଷୋୟୀ, ସତ୍ୟବାଦୀ ଷଡଙ୍ଗୀ, ଦୌତାରୀ ମାଝୀ, ଶର୍ମିÂା ଦେଓ, ଶୁଭମ୍ ଚୈଧୂରୀ ସମେତ ବହୁ କର୍ମୀ ଏନେଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ବର୍ଷ ଖରିଫ ଧାନ ମଣ୍ଡିରେ ଚାଷୀର ଧାନ ମାସ ମାସ ଧରି ପଡି ରହିଥିଲା । ସରକାର ଧାନ ନ କିଣିବାରୁ ଚାଷୀ କମ୍ ଦାମରେ ବିକିଥିଲେ । ଏବେ ରବି ଋତୁରେ ଶତାଧିକ ଚାଷୀଙ୍କ ଟକୋନ୍ ଲାପ୍ସ ହୋଇଯାଇଛି । କିନ୍ତୁ ଚାଷୀଙ୍କ ଧାନ କିଣାଯାଉନି । ତେଣୁ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନକୁ ତୁରନ୍ତ କିଣିବା ପାଇଁ ବିଦ୍ଧିବଧ ଯୋଜନା ଚରାଯିବାକୁ ଦାବି ହୋଇଛି । ଟକୋନ୍ ଅବଧିର ସମୟସୀମା ନିର୍ଦ୍ଧାରଣ ନ କରି ଟକୋନ ପାଇଥିବା ଚାଷୀଙ୍କଠାରୁ ଧାନ କିଣାଯାଉ । ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲୋଡିଂ, ପରିବହନ, ବସ୍ତା ପାଇଁ କେନ୍ଦ୍ର ସରକାର ସମସ୍ତ ଖର୍ଚ୍ଚ ବହନ କରୁଥିବା ବେଳେ ଜିଲ୍ଲାରେ ଏହି ଅନୁଦାନକୁ ଭାଗବଣ୍ଟା କରି ଖାଉଛନ୍ତି । କେନ୍ଦ୍ର ସରକାର ଦେଉଥିବା ଅନୁଦାନର ସଦ୍ବିନିଯୋଗ କରାଯାଉ । ଧାନ କିଣିବା ବାବଦକୁ ଆରଏମସିକୁ ୨ ପ୍ରତିଶତ ଓ ପ୍ୟାrକୁ କୁଇଣ୍ଟାଲ ପ୍ରତି ୩୧ ଟଙ୍କା ୫୦ ପଇସା କମିଶନ ମିଳୁଛି । ଏହା ସତ୍ୱେ ଚାଷୀଙ୍କ ଧାନ ମଣ୍ଡିରେ ଗଚ୍ଛିତ ରଖିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନଥିବା ଯୋଗୁ ଅଦିନିଆ ବର୍ଷାରେ ଚାଷୀମାନେ କ୍ଷତି ସହୁଛନ୍ତି । ସେଭଳି ୟାସ୍ ବାତ୍ୟା ଓ ଅଦିନିଆ ବର୍ଷାରେ ଧାନ ଫସଲରେ ବ୍ୟାପକ କ୍ଷତି ହୋଇଛି । କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ବିଜେପି କୃଷକ ମୋର୍ଚ୍ଚା ଦାବି କରିଛି । ଦାବି ପୂରଣ ନ ହେଲେ ମୋର୍ଚ୍ଚା ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ରିପୋର୍ଟ: ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons