ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ହଟାଇଥିବାରୁ ବହୁଜନ ସମାଜ ପାର୍ଟି (ବସପା)ମୁଖ୍ୟ ମାୟାବତୀ ତାକୁ ଦୃଢ଼ ସମର୍ଥନ କରିଛନ୍ତି । ଟୁଇଟ କରି ସେ ଲେଖିଛନ୍ତି ସମ୍ବିଧାନ ପ୍ରଣେତା ବି.ଆର ଆମ୍ବେଦକର ଭାରତର ଏକତା, ସମାନତା ଓ ଅଖଣ୍ଡତା ସପକ୍ଷରେ ଥିଲେ । ସେଥିପାଇଁ ବସପା ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ଜଣାଉଛନ୍ତି । ଦୀର୍ଘ ୬୯ ବର୍ଷ ପରେ ଧାରା ୩୭୦ ଉଚ୍ଛେଦ କରାଯାଇଥିବାରୁ ଜମ୍ମୁ-କାଶ୍ମୀରରେ ସ୍ୱାଭାବିକ ପରିସ୍ଥିତି ଫେରି ଆସିବାକୁ କିଛି ସମୟ ଲାଗିବ । ଏହାକୁ କୋର୍ଟ ମଧ୍ୟ ସ୍ୱୀକାର କରିଛନ୍ତି । କିନ୍ତୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ଦଳର ନେତାମାନେ ଏହି ପ୍ରସଙ୍ଗକୁ ନେଇ ଯେଭଳି ହୋ-ହଲ୍ଲା କରୁଛନ୍ତି ତାକୁ ମାୟାବତୀ ସମାଲୋଚନା କରିଛନ୍ତି । ସେହିଭଳି ବିରୋଧୀ ଦଳ ନେତାମାନଙ୍କ କାଶ୍ମୀର ଗସ୍ତକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି । କହିଛନ୍ତି ବିରୋଧୀମାନେ ଏଭଳି କରି ଏହି ପ୍ରସଙ୍ଗରେ ରାଜନୀତି କରିବା ଓ ଅଧିକ ଫାଇଦା ନେବାକୁ କେନ୍ଦ୍ର ସରକାରଙ୍କୁ ସହଯୋଗ କରୁଛନ୍ତି ।
Comments are closed, but trackbacks and pingbacks are open.