ଧାରା ୩୭୦ ଉଚ୍ଛେଦ ଅସାମ୍ବିଧାନିକ: ପ୍ରିୟଙ୍କା

Get real time updates directly on you device, subscribe now.

ସୋନଭଦ୍ର: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ଧାରା ୩୭୦ ଉଚ୍ଛେଦକୁ ନେଇ ନିଜ ମୁଁହ ଖୋଲିଛନ୍ତି । ଉତ୍ତରପ୍ରଦେଶର ସୋନଭଦ୍ର ହତ୍ୟାକାଣ୍ଡର ପୀଡ଼ିତ ପରିବାର ଲୋକଙ୍କୁ ସାକ୍ଷାତ କରିବାକୁ ଯିବା ଅବସରରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରିୟଙ୍କା ଧାରା ୩୭୦ ଉଚ୍ଛେଦକୁ ଅଗଣତାନ୍ତ୍ରିକ ତଥା ଅସାମ୍ବିଧାନିକ ବୋଲି ଉଲ୍ଲେଖ କରିଛନ୍ତି । ଏନେଇ ସେ କହିଛନ୍ତି ଯେ, ସରକାର ଧାର ୩୭୦ ଉଚ୍ଛେଦ କରିବା ପାଇଁ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପାଳନ କରି ନାହାନ୍ତି । ୩୭୦ ଉଚ୍ଛେଦ କରିବାର ସମସ୍ତ ପ୍ରକ୍ରିୟା ଅସାମ୍ବିଧାନିକ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons