
ଭବାନୀପାଟଣା,(ବି.ବି.ନୁ୍ୟଜ): ଛତିଶଗଡ଼ ବିଜାପୁରରେ ନrଲଙ୍କ ହମଲାରେ ୨୨ଜଣ ବୀର ଯବାନ ସହିଦ ହୋଇଛନ୍ତି । ସେମାନଙ୍କ ଆତ୍ମ ବଳିଦାନକୁ ଆଜିସାରା ଦେଶ ସମ୍ମାନ ଜଣାଉଛି । ସେହି ବୀର ସହିଦଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଆ ପୁଅ ସୁବାସ ନାୟକ ।
୧୯୮୬ ମସିହାରେ ଛତିଶଗଡ଼ ବିଜାପୁରବାସା ଗୁଡ଼ାଗ୍ରାମରେ ସହିଦ ସୁବାସ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ସ୍ୱର୍ଗତ ସୀତାରାମ ନାୟକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧନସରା ଅଞ୍ଚଳର ମୂଳବାସିନ୍ଦା । ଆଜିକୁ ପ୍ରାୟ ୪୦ବର୍ଷ ତଳେ ଧନସରା ଗାଁ ଛାଡି ପେଟପାଟଣା ପାଇଁ ଛତିଶଗଡ଼ ବିଜାପୁରବାସା ଗୁଡ଼ାଗ୍ରାମକୁ ଚାଲିଆସିଥିଲେ ସୀତାରାମ । ବାସାଗୁଡାରେ ପାଠପଢା ସରିବା ପରେ ୨୦୧୯ ମସିହାରେ ସୁବାସ ସେନାବାହିନୀରେ ଯୋଗଦେଇଥିଲେ । ଡିଆରଜି ଯବାନ ଭାବରେ ବିଜାପୁର ଅଞ୍ଚଳରେ ସେ କାର୍ଯ୍ୟରତ ଥିଲେ । ଗତ ୨ ତାରିଖରେ ସେ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ । ଏହାରି ଭିତରେ ଗତ ୪ତାରିଖରେ ବିଜାପୁର ଜଙ୍ଗଲ ମଧ୍ୟରେ ପୂର୍ବରୁ ଆମ୍ବୁସ ଲଗାଇ ଛପିରହିଥିବା ରକ୍ତମୁଖା ନrଲଙ୍କ ଯୋଜନାବଦ୍ଧ ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିଲେ । ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପୁଅ ସହିଦ ସୁବାସ ନାୟକ । ଏହି ଖବର ପାଇବା ପରେ କାନ୍ଦ ବୋବାଳିରେ ଫାଟିପଡିଥିଲା ବାସାଗୁଡାଗ୍ରାମ । ସହିଦ ସୁବାସଙ୍କ ଘରେ ଏବେ ଅଛନ୍ତି ବିଧବା ମା’,ପତ୍ନୀ, ଦୁଇ ଛୋଟଝିଅ ଓ ଦେଢବର୍ଷର ପୁଅ । ନକ୍ସଲଙ୍କ ହମଲାରେ ମାଟିର ପୁଅ ସୁବାସ ସହିଦ ହୋଇଥିବା ଜାଣିବା ପରେ ପୈତୃକ ଗ୍ରାମ ଧନସରାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି । ସୁବାସ କୋକସରା ବ୍ଲକ ଚିକିଲି ଗ୍ରାମରୁ ବିବାହ କରିଥିଲେ । ଭବିଷ୍ୟତରେ ଏହି ଗାଁରେ ରହିବା ପାଇଁ ଘର ମଧ୍ୟ ନିର୍ମାଣ କରିଥିଲେ । ହେଲେ ତାଙ୍କସବୁ ସ୍ୱପ୍ନ ଅଧାରେ ରହିଗଲା । ତାଙ୍କ ବିୟୋଗରେ କୋକସରା ଅଞ୍ଚଳରେ ଶୋକର ଛାୟାଖେଳିଯାଇଛି ।
Comments are closed, but trackbacks and pingbacks are open.