ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ବଡ଼ ସମସ୍ୟାର ଦୃଢ଼ ସାମ୍ନା କରାଯିବା ସହ କଠିନ ନିର୍ଣ୍ଣୟ ନିଆଯାଇ ବୃହତ ସଫଳତା ହାସଲ କରାଯାଇଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯେଉଁ ବକ୍ତବ୍ୟ ଦେଇଛନ୍ତି, ତାହାକୁ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, କରୋନା ମହାମାରୀ ମୁକାବିଲାରେ ବିଶ୍ୱର ପ୍ରତିପତ୍ତିଶାଳି ଦେଶ ହାର ମାନିଥିବାବେଳେ ମୋଦୀ ସରକାର ସଫଳତାର ସହ ଏହାର ମୁକାବିଲା କରିଛନ୍ତି । ଆକ୍ରାନ୍ତ ଓ ମୃତୁ୍ୟ ସଂଖ୍ୟା ଉଭୟକୁ ନିୟନ୍ତ୍ରଣ କରିପାରିଛନ୍ତି । ମୋଦୀ ସରକାର ଗରିବଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ଗରିବ କଲ୍ୟାଣ ପ୍ୟାକେଜ ଘୋଷଣା କରିବା ଫଳରେ ଏହା ଦୁର୍ଦ୍ଧିନରେ ସେମାନଙ୍କ ସହାୟ ହୋଇଛି । ଧାରା ୩୭୦ ଉଚ୍ଛେଦ କରି କଡ଼ା ନିର୍ଣ୍ଣୟ ନେବା, ନାଗରିକତା ସଂଶୋଧନ ଆଇନ, ତିନି ତଲାକ ଉଚ୍ଛେଦ ଆଇନ ତଥା ବହୁ ବିବାଦୀୟ ରାମ ମନ୍ଦିର ପ୍ରସଙ୍ଗର ସରଳ ସମାଧାନ କରିବା ଦେଶ ପାଇଁ ବଡ଼ ସଫଳତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.