ନଦୀକୂଳରେ ଶିଶୁ ଜନ୍ମ

Get real time updates directly on you device, subscribe now.

ଦଶମନ୍ତପୁର, (ବି.ବି.ନୁ୍ୟଜ୍): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଜନନୀ ଯନ୍ତ୍ରଣା କମିବାର ନାଁ ଧରୁନି । ରାସ୍ତା ନଥିବାରୁ ଡୁମ୍ବାଗୁଡା ପଞ୍ଚାୟତ ଭଣ୍ଡିସିଲ ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୁହାହୋଇ ଡାକ୍ତରଖାନା ନିଆଯାଉଥିଲା । ବାଟରେ ଗର୍ଭଯନ୍ତ୍ରଣା ବଢିବାରୁ ନଦୀକୂଳରେ ସେ ସନ୍ତାନ ଜନ୍ମ ଦେଇଛନ୍ତି । ପରେ ସେଠାରୁ ଷ୍ଟେ୍ରଚରରେ ଆମ୍ବୁଲାନ୍ସ ନିକଟକୁ ବୁହାହୋଇ ଡାକ୍ତରଖାନା ନିଆଯାଇଛି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଭଣ୍ଡିସିଲ ଗାଁର ଚୈତନ୍ୟ ଜାନୀଙ୍କ ସ୍ତ୍ରୀ ତୁଳସୀ ଜାନୀଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ୫କିମି ଦୂର ମରିଚଗୁଡା ଛକରେ ଅପେକ୍ଷା କରିଥିଲା । ପରିବାର ଓ ଗାଁର ଯୁବକମାନେ ମହିଳାଙ୍କୁ ଖଟିଆରେ ବୋହି ଆଣୁଥିବା ବେଳେ ବାଟରେ ପୋଡନଦୀଠାରେ ଯନ୍ତ୍ରଣା ବଢିଯାଇଥିଲା । ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟେ୍ରଚର ଆଣି ନବଜାତ ଓ ପ୍ରସୂତିଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ସେଠାରୁ ଦଶମନ୍ତପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ମା’ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଗ୍ରାମବାସୀ କହିଛନ୍ତି, ଫୁଣ୍ଡାଗୁଡା ନିକଟ ପୋଡନଦୀ ଉପରେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି । ନଦୀ ଉପରେ ପୋଲ ଓ ଗାଁକୁ ରାସ୍ତା ନଥିବାରୁ ବାରମ୍ବାର ଏଭଳି ହଇରାଣ ହେବାକୁ ପଡୁଛି । ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons